ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗକୁ ସମର୍ଥନ କରି ଏନ୍‌ସିପି ସଭାପତି ଶରଦ ପାୱାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।

ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗରେ ବିଜେଡିକୁ ସମର୍ଥନ କରିଛି ଏନ୍‌ସିପି( ନ୍ୟାସନାଲ କଂଗ୍ରେସ ପାର୍ଟି)। ସମର୍ଥନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଏନ୍‌ସିପି ସଭାପତି ଶରଦ ପାୱାର। ନବୀନଙ୍କ ଏଭଳି ପଦକ୍ଷେପକୁ ସେ ଅଭିନନ୍ଦନ ଜଣାଇଛନ୍ତି। ସଂସଦରେ ଏନ୍‌ସିପି ଏହି ପ୍ରସଙ୍ଗକୁ ସମର୍ଥନ କରିବ ବୋଲି ସେ ଚିଠିରେ ଲେଖିଛନ୍ତି।

ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବକୁ ସମର୍ଥନ ପାଇଁ ଓଡ଼ିଶା ସରକାର ବିଭିନ୍ନ ରାଜ୍ୟର ସମର୍ଥନ ଲୋଡ଼ିଥିଲା। ବିଭିନ୍ନ ରାଜ୍ୟକୁ ପ୍ରତିନିଧି ମଧ୍ୟ ପଠାଇଥିଲେ। ପ୍ରତିନିଧିମାନେ ୭ଟି ଜାତୀୟ ରାଜନୈତିକ ଦଳ ଓ ୧୫ଟି ଆଞ୍ଚଳିକ ଦଳକୁ ଭେଟିଥିଲେ।

ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହାକୁ ସମର୍ଥନ କରି ନବୀନଙ୍କୁ ଚିଠି ଲେଖିଥିଲେ।

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମଧ୍ୟ ଏହି ପ୍ରସଙ୍ଗକୁ ସମର୍ଥନ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ପଞ୍ଜାବ ବିଧାନସଭାରେ ଏହି ବିଲ ପାରିତ ହୋଇଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଥିଲେ।

Comment