ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୯୩୬ରେ ନିର୍ମାଣ ହୋଇଥିଲା ଆମେରିକାର ହୁଭର ଡ୍ୟାମ।  କୁହାଯାଏ କି ଏଥିରେ କିଛି ଜିନିଷ ପକାଇଲେ ଏହା ପୁଣିଥରେ ଉପରକୁ ଆସିଯାଏ। କିନ୍ତୁ ଏହି କଥାକୁ ସବୁବେଳେ ଗୁଜବ ହିଁ କୁହା ଯାଇଥାଏ। କିଛି ଦିନ ତଳେ ବୈଜ୍ଞାନିକମାନେ ଏକ ଗବେଷଣାରୁ ଜାଣିବାକୁ ପାଇଲେ କି ଏହା ସତ୍ୟ ଅଟେ।

ହୁଭର ଡ୍ୟାମର ଉପରକୁ ଯାଇ ଯଦି ବୋତଲରୁ ପାଣି ତଳକୁ ପକାଯାଏ ପାଣି ତଳେ ନପଡି ଉପରକୁ ଉଡେ। ବୈଜ୍ଞାନିକମାନେ ଏହା ପଛର କାରଣ ଜୋରରେ ବହୁଥିବା ପବନ ଯୋଗୁଁ ହୁଏ ବୋଲି ମାନନ୍ତି।

ଗବେଷକଙ୍କ କହିବାନୁସାରେ ଡ୍ୟାମରେ ପାଣି ବହିବା ସମୟରେ ପବନ ଉପରଆଡୁ ବହିଥାଏ, ଯେଉଁଟି ମାଧ୍ୟକର୍ଷଣ ଶକ୍ତି କାମ କରିନଥାଏ। ଯାହା ଫଳରେ ପାଣି ତଳ ଆଡୁ ନବହି ଉପରକୁ ଯାଇଥାଏ।

କୋଲୋରୋଡୋ ନଦୀରେ ତିଆରି ହୋଇଥିବା ଏହି ଡ୍ୟାମ ଧନୁ ଆକାରର ଅଟେ। ସେଥିପାଇଁ ଏହି ଡ୍ୟାମକୁ କେହି କେହି ଆର୍କ ଡ୍ୟାମ ବି କହିଥାନ୍ତି। ଏହି ଡ୍ୟାମର ଉଚ୍ଚତା ୨୨୧.୪ ମିଟର ଏବଂ ଲମ୍ବା ୩୭୯ ମିଟର ଅଟେ।

Comment