ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରୀ ୨୭ରେ ବିବାହ କରିବେ ହାର୍ଦ୍ଦିକ ପଟେଲ।

ଗୁଜୁରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଜାନୁଆରୀ ୨୭ରେ ପିଲା ଦିନର ସାଙ୍ଗ କିଞ୍ଜଲ ପାରିଖ୍‌ଙ୍କୁ ବିବାହ କରିବେ ହାର୍ଦ୍ଦିକ।

କିଞ୍ଜଲ ପାରିଖ୍‌ ଅହମ୍ମଦାବାଦର ବିରମଗାମର ନିବାସୀ କିନ୍ତୁ ଏବେ ସେ ପରିବାର ସହିତ ସୁରତରେ ରହୁଛନ୍ତି। ହାର୍ଦ୍ଦିକ ତାଙ୍କ ବିବାହ ସମ୍ପୂର୍ଣ୍ଣ ସିଧାସାଧା କରିବେ ବୋଲି ଶୁଣିବାକୁ ମିଳିଛି।

ହାର୍ଦ୍ଦିକ ସୁରେନ୍ଦ୍ରନଗରର ଏକ ମନ୍ଦିରରେ ବିବାହ କରିବେ।  ତେବେ ହାର୍ଦ୍ଦିକଙ୍କ ପରିବାର କିଞ୍ଜଲଙ୍କ ପରିବାର ଭିତରେ ବି ଦୀର୍ଘଦିନରୁ ସମ୍ପର୍କ ରହି ଆସିଛି। ତେଣୁ ଉଭୟଙ୍କ ବିବାହରେ କୌଣସି ସମସ୍ୟା ହୋଇନାହିଁ।

ପଟିଦାର ନେତା ହାର୍ଦ୍ଦିକ ପଟେଲ ୨୦୧୬ରେ ଦେଶଦ୍ରୋହ ମାମଲାରେ ସୁରତର ଲାଜପୋର ଜେଲରେ ରହିଥିଲେ। ସେହି ସମୟରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା।

ପଟିଦାର ସଂରକ୍ଷଣ ଆନ୍ଦୋଳନ ପାଇଁ ହାର୍ଦ୍ଦିକ ପଟେଲ ଚର୍ଚ୍ଚାରେ ରହି ଆସିଛନ୍ତି। ଏବେ ତାଙ୍କ ବିବାହ ଖବର ତାଙ୍କୁ ଚର୍ଚ୍ଚାରେ ରଖିଛି।

Comment