ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ଶ୍ରଦ୍ଧା ଓ୍ଵାକରଙ୍କ ହତ୍ୟାକାଣ୍ଡ ମନରୁ ନଲିଭୁଣୁ ପୁଣି ସମାନ ଅପରାଧ ସୁରତରେ ଘଟିଛିପ୍ରେମିକା ବିବାହ ପାଇଁ ବାଧ୍ୟ କରିବାରୁ ପ୍ରେମିକ ଅତି ନିର୍ମମ ଭାବେ ତାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୁରତରେ ଅଞ୍ଜନୀ ଶିଳ୍ପାଞ୍ଚଳରେ ଜଣେ ଓଡ଼ିଆ ଝିଅକୁ ୪୯ ଥର ଛୁରୀ ଭୁସି ହତ୍ୟା ପ୍ରେମିକ ଜଗନ୍ନାଥ ଗଉଡ଼।

ଭୁବନେଶ୍ଵରରେ ରହୁଥିବା ଲୁନି ଦାସଙ୍କ ସହ ଜଗନ୍ନାଥର ତିନି ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ଏପରିକି ଲୁନି ନିଜ ପରିବାର ଛାଡ଼ି ଜଗନ୍ନାଥଙ୍କ ପାଖକୁ ସୁରତ ଚାଲି ଆସିଥିଲେ ତେବେ ବିବାହ ପାଇଁ ବାରମ୍ବାର ବାଧ୍ୟ କରିବାରୁ ଲୁନିଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ଜଗନ୍ନାଥ

ଦୁଇ ସପ୍ତାହ ପୂର୍ବେ ଜଗନ୍ନାଥ ଭୁବନେଶ୍ୱର ଯାଇ ଲୁନିକୁ ସୁରତ ଆଣିଥିଲେ ଉଭୟ ପୁରୀଅହମ୍ମଦାବାଦ୍ ଟ୍ରେନ୍ରେ ସୁରତ ଆସିଥିଲେ ଯୋଜନା ମୁତାବକ, ନିଛାଟିଆ ଜାଗାକୁ ନେଇ ଧାରୁଆ ଅସ୍ତ୍ରରେ ଲୁନିଙ୍କୁ ହାଣି ହତ୍ୟା କରିଥିଲା ଜଗନ୍ନାଥ ଜଗନ୍ନାଥର ରାଗ ଏତେ ଥିଲା ଯେ, ନିଜ ପ୍ରେମିକାକୁ ୪୯ ଥର ଛୁରୀରେ ଆକ୍ରମଣ କରିଥିଲା

ଗତ ୧୫ ଦିନ ପୂର୍ବେ ସୁରତର ଅଞ୍ଜନୀ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ପାଖରୁ ଲୁନିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ୫୦୦ରୁ ଅଧିକ ସିସିଟିଭି ଫୁଟେଜ୍ କଲ୍ ନେଟୱର୍କର ତଦନ୍ତ ପରେ ଅଭିଯୁକ୍ତ ପ୍ରେମିକ ଜଗନ୍ନାଥକୁ ପୋଲିସ୍ ଗିରଫ କରି ଅଧିକ ତଦନ୍ତ କରୁଛି

ଜଗନ୍ନାଥ ଡ୍ରଗ୍ସ ସେବନ କରେ। ପ୍ରାଥମିକ ତଦନ୍ତରୁ ଜଗନ୍ନାଥ ହିଁ ହତ୍ୟାକାରୀ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଖୁବଶୀଘ୍ର ନେଇ ଚାର୍ଜସିଟ ଦାଖଲ କରାଯିବ ବୋଲି ସୁରତ ଜଏଣ୍ଟ ପୋଲିସ କମିସନର ସରଦ ସିଙ୍ଘଲ ପ୍ରକାଶ କରିଛନ୍ତି।

Tags: #OdiaGirlKilled #Surat #BoyfriendKillGirlfriend #Odisha #Arrest

Comment