ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡ଼ର ରାୟପୁର ନିକଟରେ ବସ୍‌ ଦୁର୍ଘଟଣାରେ ଶନିବାର ଛତିଶଗଡ଼ରେ ୮ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଆଜି ସେମାନଙ୍କ ମରଶରୀର ଜନ୍ମମାଟିରେ ପହଞ୍ଚିଛି। ମରଶରୀର ପହଞ୍ଚିବା ପରେ ପରିବାର ଲୋକ ସେମାନଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି।

ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ବସ୍‌ଟି ସୁରତ ଯାଉଥିଲା ବେଳେ ଶନିବାର ଭୋରରୁ ରାୟପୁର ନିକଟରେ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହେବା ପରେ ଏହ ଦୁର୍ଘଟଣା ଘଟିଥିଲା। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୨୦ ଜଣରୁ ଅଧିକ ଆହତ ହୋଇଥିଲେ।BGU

ମୃତକଙ୍କ ପରିବାର ଲାଗି ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିବା ସହିତ ଆହତଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ସହ ମାଗଣା ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Comment