ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସୁରତର ୟଶ ଓଝା
  • ବାଲକୋନିରୁ ଖସିପଡ଼ିଥିଲେ
  • ବ୍ରେନ ଡେଡ୍‌ ଘୋଷଣା ପରେ ହେଲା ଅଙ୍ଗଦାନ
  • ୫ ଜଣଙ୍କୁ ମିଳିଲା ନୂଆ ଜୀବନ

ମାତ୍ର ଅଢ଼େଇ ବର୍ଷ ବୟସରେ ଜୀବନ ସିନା ଚାଲିଗଲା। କିନ୍ତୁ ନିଜ ଜୀବନ ବଦଳରେ ସେ ୫ ଜଣ ଶିଶୁଙ୍କୁ ଜୀବନ ଦେଇଗଲେ। ଅଙ୍ଗଦାନ କରି ସର୍ବକନିଷ୍ଠ ଅଙ୍ଗଦାତା ହୋଇଗଲେ ସୁରତର ୟଶ ଓଝା।

ସୁରତର ଭଟର ଅଞ୍ଚଳସ୍ଥିତ ଶାନ୍ତି ପ୍ୟାଲେସ ନିଜ ବାପା, ମା’ଙ୍କ ସହ ରହୁଥିଲେ ଯଶ। କିଛି ଦିନ ପୂର୍ବରୁ ସେ ତାଙ୍କ ପଡ଼ୋଶୀଙ୍କ ଘରେ ଖେଳୁଥିଲା ବେଳେ ବାଲକୋନିରୁ ଖସି ପଡ଼ିଥିଲେ। ଏହି ଦୁର୍ଘଟଣାରେ ଶିଶୁର ମସ୍ତିଷ୍କରେ ଗଭୀର ଆଘାତା ଲାଗିଥିଲା। ସୁରତର ଏକ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ଡିସେମ୍ବର ୧୪ରେ ଡାକ୍ତର ଯଶର ବ୍ରେନ ଡେଡ୍‌ ହୋଇଥିଲା ବୋଲି ଘୋଷଣା କରିଥିଲେ। ଏକଥା ଜାଣିବାପରେ ଯଶର ବାପା ସଞ୍ଜୀବ ଓଝା, ମା’ ଅର୍ଚ୍ଚନା ନିଜ ପିଲାର ଅଙ୍ଗଦାନ କରିବାକୁ ରାଜି ହୋଇଥିଲେ। ଏଥିପାଇଁ ତାଙ୍କୁ ପ୍ରେରିତ କରିଥିଲେ ‘ଡୋନେଟ ଳାଇଫ’ର ପ୍ରତିଷ୍ଠାତା ନିଲେଶ ମଣ୍ଡେଲଓ୍ୱାଲ।

‘ଡୋନେଟ ଳାଇଫ’ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ। ଏହା ଲୋକଙ୍କ ଅଙ୍ଗଦାନ କରିବା ପାଇଁ ଉତ୍ସାହିତ କରିଥାଏ।

ୟଶ ହାର୍ଟ, ଲିଭର,  ଫୁସଫୁସ, କିଡନି, ଏବଂ ଆଖି ଦାନ କରିଛି। ୟଶର ଫୁସଫୁସ ଓ କିଡନିକୁ ମାତୟ ୧୬୦ ମିନିଟରେ ବିମାନ ଯୋଗେ ଚେନ୍ନାଇ ପଠାଯାଇଥିଲା। ଯଶର ହାର୍ଟ ୠଷର ଜଣେ ଶିଶୁ ଶରୀରରେ ଲାଗିଥିଲା ବେଳେ ଫୁସଫୁସ ୟୁକ୍ରେନର ଜଣେ ଶିଶୁ ଶରୀରରେ ପ୍ରତିରୋପଣ କରାଯାଇଛି। ଏହି ପ୍ରତିରୋପଣ ଚେନ୍ନାଇ ଏମଜିଏମ୍‌ ହସ୍ପିଟାଲରେ ହୋଇଛି। ଏହି ଦୁଇ ବିଦେଶୀ ଶିଶୁ ଗତ ୧ ବର୍ଷ ହେବ ଏହି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ସେହିପରି ୟଶର ଦୁଇଟି ଯାକ କିଡନିକୁ ମାତ୍ର ୧୮୦ ମିନିଟରେ  ୨୬୫ କିଲୋମିଟର ସଡ଼କପଥରେ ଅହମ୍ମଦାବାଦ ପଠାଯାଇଥିଲା। ୟଶର ଗୋଟିଏ କିଡନି ଅହମ୍ମଦାବାଦ ସୁରେନ୍ଦ୍ରନଗରର ଜଣେ ୧୩ ବର୍ଷର ଝିଅଠାରେ ପ୍ରତିରୋପଣ କରାଯାଇଥିଲା ବେଳେ ଅନ୍ୟଟି ୧୭ ବର୍ଷୀୟା ଝିଅଠାରେ ଲଗାଯାଇଛି।

ୟଶର ଲିଭର ଭାବନଗରର ଜଣ ୨ ବର୍ଷୀୟା ଝିଅଠାରେ ଲଗାଯାଇଛି। ସେହିପରି ୟଶର ଆଖିକୁ ସୁରଟରେ ଥିବା ଲୋକ ଦୃଷ୍ଟି ଚକ୍ଷୁ ବ୍ୟାଙ୍କକୁ ଆଖି ଦାନ କରାଯାଇଛି। ନିଜ ପିଲାକୁ ସିନା ହରାଇଲେ କିନ୍ତୁ ଏବେ ପାଞ୍ଚ ପାଞ୍ଚଟି ପିଲା ଭିତରେ ନିଜ ପିଲାକୁ ଦେଖିପାରିବେ କହିଛନ୍ତି ୟଶର ବାପା, ମା’।

LEAVE A REPLY

Please enter your comment!
Please enter your name here