ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୨୦୧୮-୧୯ ବର୍ଷ ପାଇଁ ଆଇସିସି ପୁରସ୍କାର ପାଇ ଇତିହାସ ରହିଛନ୍ତି। କ୍ରିକେଟର ଅଫ ଦ ଇୟର ପାଇଁ କୋହଲିଙ୍କୁ ସାର ଗାରଫିଲ୍ମ ସୋବର୍ସ ପୁରସ୍କାର ମିଳିଛି। ଏହାଛଡ଼ା ବିରାଟ ବର୍ଷର ସର୍ବଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଏବଂ ଦିନିକିଆ କ୍ରିକେଟ ଅଫ ଦ ଇୟର ପାଇଁ ମନୋନୀତ ହୋଇଛନ୍ତି।

ଭାରତୀୟ ଅଧିନାୟକ ଭାବେ ବିରାଟ ପ୍ରଥମ ଥର ପାଇଁ କ୍ରିକେଟର ଅଫ ଦ ଇୟର ଚୟନ ହୋଇଛନ୍ତି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ ସେ ଆଇସିସି ଦିନିକିଆ କ୍ରିକେଟର ଅଫ ଦ ଇୟର ହୋଇଛନ୍ତି। ଖାଲି ସେତିକି ନୁହେଁ, ଆଇସିସିର ବାର୍ଷିକ ସର୍ବଶ୍ରେଷ୍ଠ ଦିନିକିଆ ଏବଂ ଟେଷ୍ଟ ଟିମ୍‌ର ଅଧିନାୟକ ଭାବେ ମନୋନୀତ ହୋଇଛନ୍ତି।

ବିରାଟ ପ୍ରଥମ ଖେଳାଳି ଭାବେ ତିନୋଟି ଫର୍ମାଟରେ ପୁରସ୍କାର ଜିତିବାରେ ସୌଭାଗ୍ୟ ହାସଲ କରିଛନ୍ତି। ଗତବର୍ଷ ବିରାଟ ଆଇସିସି ଦିନିକିଆ କ୍ରିକେଟର ଅଫ ଦ ଇୟର ଭାବେ ମନୋନୀତ ହୋଇଥିଲେ। ସେତେବେଳେ ସେ ୧୩୩.୫୫ ହାରରେ ୧୨୦୨ ରନ୍ ସଂଗ୍ରହ କରିଥିଲେ। ଚଳିତ ବର୍ଷ ସେ ଦିନିକିଆରେ ଦ୍ରୁତ ୧୦ ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି।

ବିରାଟ କୋହଲି କହିଛନ୍ତି, “ମତେ କଠିନ ପରିଶ୍ରମର ଫଳ ମିଳିଛି। ଏଭଳି ପୁରସ୍କାର ପାଇ ମୁଁ ଗର୍ବ ଅନୁଭବ କରୁଛି। ଆଗାମୀ ଦିନରେ ଭଲ ପ୍ରଦର୍ଶନ ପାଇଁ ଏହା ସହାୟକ ହେବ।”

Comment