ଓଡ଼ିଶାଲାଇଭ୍ ବ୍ୟୁରୋ

ଝାଡ଼ଖଣ୍ଡ ଧାନବାଦର ଏକ କୋଇଲା ଖଣିରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି।

ଝାଡ଼ଖଣ୍ଡ ଧାନବାଦର ଏକ କୋଇଲା ଖଣିରେ ଅଘଟଣ ଘଟିଛି। ଖଣି ଭିତରେ କୋଇଲା ଖଣ୍ଡ ଧସି ଅନେକ ମୃତାହାତ ହୋଇଥିବା ଆଶଙ୍କା କରାଯାଉଛି। ଏଯାବତ ୨ଟି ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। କୋଇଲା ଖଣ୍ଡ ତଳେ ଆଉ କିଛି ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି।

ଖଣିକୁ ଦୈନିକ ବେଆଇନ ଭାବେ କିଛି ଲୋକ କୋଇଲା ପାଇଁ ଯାଆନ୍ତି। ବୁଧବାର କୋଇଲା ଆଣିବାକୁ ଖଣିରେ ପଶିଥିଲାବେଳେ ଏକ କୋଇଲା ଖଣ୍ଡ ଧସି ପଡ଼ିଥିଲା। ଫଳରେ କିଛି ଲୋକ ଧସିଥିବା କୋଇଲା ଖଣ୍ଡ ତଳେ ଚାପି ହୋଇ ରହିଛନ୍ତି।

ଗତ ମାସରେ ମେଘାଳୟରେ ବି କୋଇଲା ଖଣିରେ ଏଭଳି ଅଘଟଣ ଘଟିଥିଲା। ଏଥିରେ ପାଖାପାଖି ୧୫ ଜଣ ଶ୍ରମିକ ଫସି ରହିଥିଲେ।

Comment