ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପାଇବେ ଭାରତ ରତ୍ନ ସମ୍ମାନ। ତାଙ୍କ ସହ ସମାଜସେବୀ ନାନା ଦେଶମୁଖ ଏବଂ ବିଶିଷ୍ଟ ସଙ୍ଗୀତକାର ଡକ୍ଟର ଭୂପେନ ହଜାରିକାଙ୍କୁ ଭାରତ ରତ୍ନ (ମରୋଣତ୍ତର) ସମ୍ମାନ ମିଳିବ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଏହି ସମ୍ମାନ ପ୍ରଦାନ କରିବେ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ଜଣାପଡ଼ିଛି।

Comment