ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶ ପାଳିବାକୁ ଯାଉଛି ୭୦ତମ ଗଣତନ୍ତ୍ର ଦିସବ। ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବେ ସୁବାସ ଚନ୍ଦ୍ର ବୋଷଙ୍କ ଯବାନ। ଜାନୁୟାରୀ ୨୬ରେ ଦିଲ୍ଲୀ ରାଜଧାନୀରେ ଆରଡି ପରେଡ ଅନୁଷ୍ଠିତ ହେବ। ଏଥିରେ ସୁବାସ ବୋଷଙ୍କ ଇଣ୍ଡିଆନ୍ ନ୍ୟାଶନାଲ ଆର୍ମି (ଆଇଏନଏ)ର ୪ ସୈନିକ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି  ପରେଡ ଡେପୁଟି କମାଣ୍ଡର ମେଜର ଜେନେରାଲ ରାଜପାଲ ପୁନିଆ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଲଢ଼ିଥିବା ଏହି ଚାରି ଜଣ ବୀର ସୈନିକଙ୍କୁ ରାଜପଥରେ ମାର୍ଚ୍ଚ କରୁଥିବା ଏକ ଜିପ୍‌ରେ ବସାଯିବ।

ଏହି ୪ ଜଣ ସୈନିକଙ୍କ ବୟସ ପାଖାପାଖି ୯୭ରୁ ୧୦୦ ବର୍ଷ। ଦିଲ୍ଲୀ ଏନସିଆରରେ ଏହି ସୈନକମାନେ ରହୁଥିବା ଜଣାପଡ଼ିଛି। ସେମାନେ ହେଲେ ଭଗମାଲ, ଲଳିତ ରାମ, ହିରା ସିଂହ ଏବଂ ପରମାନନ୍ଦ ଯାଦବ। ଶହେ ବର୍ଷୀୟ ସୈନିକ ଭଗମାଲଙ୍କ ଘର ହରିୟାଣାରେ ହୋଇଥିଲାବେଳେ ୧୯୪୨ରେ ଆଇଏନଏରେ ଯୋଗ ଦେଇଥିଲେ।  ସେହିପରି ଲଳିତ ରାମଙ୍କ ବୟସ ୯୮ ବର୍ଷ ହୋଇଥିବାବେଳେ ତାଙ୍କ ଘର ପଞ୍ଚକୁଲାରେ ଜଣାପଡ଼ିଛି। ହିରା ସିଂହ ଓ ପରମାନ୍ଦନଙ୍କ ବୟସ ୯୭ ବର୍ଷ। ଉଭୟଙ୍କ ଘର ଚଣ୍ଡୀଗଡ଼ରେ ଜଣାପଡ଼ିଛି।

Comment