ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁନିଆର ଦୁର୍ନୀତି ଗ୍ରସ୍ତ ଦେଶର ତାଲିକା ପ୍ରକାଶ ପାଇଛି। ଯାହା ହିସାବରେ ଗତ ବର୍ଷମାନଙ୍କ ତୁଳନାରେ ଭାରତର ସ୍ଥିତିରେ ସୁଧାର ଆସିଛି।

୧୮୦ଟି ଦେଶକୁ ନେଇ ଏହି ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ଭାରତ ୭୮ତମ ସ୍ଥାନରେ ଅଛି। ଏହା ଅର୍ଥ ଋଷ,ଚୀନ ଓ ପାକିସ୍ତାନ ସମେତ ୧୦୨ ଦେଶ ଭାରତଠୁ ଅଧିକ ଦୁର୍ନୀତିଗ୍ରସ୍ତ। ପ୍ରକାଶିତ ରିପୋର୍ଟ ଅନୁସାରେ ସୋମାଲିଆ ବିଶ୍ୱରେ ଦୁର୍ନୀତିରେ ସବୁଠୁ ଆଗରେ ଅଛି।   

ଭଷ୍ଟ୍ରାଚାର ନିରୋଧକ ସଙ୍ଗଠନ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ପକ୍ଷରୁ ଏହି ଲିଷ୍ଟ ଜାରି କରାଯାଇଛି। ଏହି ଲିଷ୍ଟରେ ୧ନମ୍ବରରେ ଅଛି ଡେନମାର୍କ ଅର୍ଥାତ ସେଠାରେ ସବୁଠୁ କମ୍‌ ଦୁର୍ନୀତି ହୋଇଥାଏ ଯେଉଁଠି ଭାରତର ସ୍ଥାନ ୭୮। ୨୦୧୭ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଭାରଚ ୮୧ତମ ସ୍ଥାନରେ ଥିଲା। ଅର୍ଥାତ ଗତ ଏକ ବର୍ଷ ଭିତରେ ଭାରତରେ ଦୁର୍ନୀତି କମିଛି।

ଯଦିଓ ଏହି ପରିବର୍ତ୍ତନ ବହୁତ କମ୍‌ ମାତ୍ର ପଡୋଶୀ ରାଷ୍ଟ୍ରର ସ୍ଥିତି ଅନେକ ଖରାପ। କାରଣ ଲିଷ୍ଟରେ ଚୀନ୍‌ ୮୭ତମ ସ୍ଥାନ ଓ ପାକିସ୍ତାନ ୧୧୭ତମ ସ୍ଥାନରେ ଅଛନ୍ତି। ଏହାର ଅର୍ଥ ସେଠାରେ ଭାରତ ତୁଳନାରେ ଅଧିକ ଦୁର୍ନୀତି ହେଉଛି।

Comment