ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଦିନର ବଡ଼ ଖବର। ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋରେ ଘଟିଛି ଭୟଙ୍କର ଆତଙ୍କବାଦୀ ଆକ୍ରମଣ। ବର୍ତ୍ତମାନ ଖବର ଅନୁଯାୟୀ, ଶ୍ରୀଲଙ୍କାରେ ଅଷ୍ଟମ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥି ସହିତ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୫୮କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୩୫ ଜଣ ବିଦେଶୀ ନାଗରିକ ଥିବା ସୂଚନା ମିଳିଛି।

ରବିବାର ସକାଳେ ଇଷ୍ଟର ପର୍ବ ପାଳନ ବେଳେ ଘଟିଥିଲା ଆତ୍ମଘାତୀ ବିସ୍ଫୋରଣ। ୩ ଚର୍ଚ୍ଚ, ୨ଟି ହୋଟେଲ ସହ ମୋଟ ୮ଟି ସ୍ଥାନରେ ଆତଙ୍କବାଦୀମାନେ ଏହି ବସ୍ଫୋରଣ ଘଟାଇଛନ୍ତି।

ଏହି ପରିସ୍ଥିତିରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଜରୁରୀକାଳୀନ ବୈଠକ ଡାକିଛନ୍ତିା ସାରା ଶ୍ରୀଲଙ୍କାରେ ରାତ୍ରିକାଳୀନ କର୍ଫ୍ୟୁ ଘୋଷଣା ହୋଇଛି। ସନ୍ଧ୍ୟା ୬ଟାରୁ ସକାଳ ୬ ଯାଏଁ ସାରା ଦେଶରେ କର୍ଫ୍ୟୁ ଲାଗିଛି। ସେହିପରି ଅସ୍ଥାୟୀ ରୂପେ ସୋସିଆଲ ମିଡିଆରେ କଟକଣା ଲାଗିଥିବା ସୂଚନା ମିଳିଛି।

Comment