ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିବାହକୁ ଏକ ପବିତ୍ର ବନ୍ଧନ କୁହାଯାଇଥାଏ, ଯାହାର ସମ୍ବନ୍ଧ ସାତ ଜନ୍ମ ସହିତ ହୋଇଥାଏ। କିନ୍ତୁ ଗୁଜରାଟ ଅହମ୍ମଦାବାଦରେ ଏମିତି ଏକ ବିବାହ ସାତ ଜନ୍ମ ତ  ଦୂର କଥା ୭୦ ମିନିଟ ବି ରହିପାରିଲାନି। ବର-କନ୍ୟାଙ୍କ ହାତଗଣ୍ଠି ପଡ଼ିବାର କିଛି ସମୟ ଭିତରେ ହିଁ ତାଙ୍କର ହୋଇଯାଇଥିଲା ଛାଡ଼ପତ୍ର । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସୂଚନା ଅନୁସାରେ, ଅହମଦାବାଦର ଗୋନଡଲରେ ଧୂମଧାମରେ ଏକ ବିବାହ ଉତ୍ସବ ପାଳନ କରାଯାଉଥିଲା। ବର ଏବଂ କନ୍ୟା ଉଭୟ ପକ୍ଷ ମଧ୍ୟ ବହୁତ ଖୁସି ଥିଲେ। ଅନ୍ୟପଟେ ବର- କନ୍ୟା ମଧ୍ୟ ବେଦିରେ ବସି ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇ ରହିବା ପାଇଁ ଶପଥ ନେଇଥିଲେ। ବିବାହ ପରେ ଦୁଇ ପକ୍ଷ ଏକାଠି ବସି ଭୋଜନ କରିଥିଲେ।

ଡିନର ଟେବୁଲରେ ବର-କନ୍ୟାଙ୍କ ସହ ତାଙ୍କର ସାଙ୍ଗ ଏବଂ ସମ୍ପର୍କୀୟମାନେ ମଧ୍ୟ ଭୋଜିରେ ସାମିଲ ହୋଇଥିଲେ। କିନ୍ତୁ ସେହି ସମୟରେ କିଛି ଏମିତି କଥାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଯାହାର ପରିମାଣ ଛାଡପତ୍ର ପର୍ଯ୍ୟନ୍ତ ଚାଲିଯାଇଥିଲା।

ଝଗଡ଼ା ଏତେ ମାତ୍ରାରେ ବଢି ଯାଇଥିଲା ଯେ ଘଟଣାସ୍ଥଳକୁ ପୋଲିସକୁ ଡ଼କାଯାଇଥିଲା। ଏହାପରେ ଝଗଡ଼ା ଶେଷ ହେବା ସହିତ ବର-କନ୍ୟାଙ୍କର ସମ୍ପର୍କ ମଧ୍ୟ ସବୁଦିନ ପାଇଁ ଶେଷ ହୋଇଯାଇଥିଲା। ଏହି ସମୟରେ ଉଭୟ ବର-କନ୍ୟାପକ୍ଷ ନିଜ ନିଜର ଓକିଲଙ୍କୁ ଡ଼ାକି ଛାଡ଼ପତ୍ର କାରାଇଥିଲେ। ଏହାସହିତ ବରକୁ ମିଳିଥିବା ସବୁ ଉପହାର ଫେରାଇ ଦେଇ କନ୍ୟାକୁ ଛାଡ଼ି ନିଜ ଘରକୁ ଚାଲିଯାଇଥିଲେ ବରପକ୍ଷ।

Comment