ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ କରୋନା ଟିକା ଅଗ୍ରଗତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଭିନ୍ନ ଟିକା ପ୍ରସ୍ତୁତକାରୀ ଲ୍ୟାବକୁ ଯାଇ ନିଜେ କରିବେ ସମୀକ୍ଷା। ତେଣୁ ଶନିବାର ପ୍ରଥମେ ଗୁଜୁରାଟ, ଅହମ୍ମଦାବାଦର ଜାଇଡସ ବାୟୋଟେକ୍‌ରେ ପହଞ୍ଚିଛନ୍ତି ମୋଦୀ। ଏଠାରେ ସେ ଜାଇଡସ୍ କାଡିଲା ପ୍ଲାଣ୍ଟରେ କୋଭିଡ ଟିକା ଅଗ୍ରଗତି ନେଇ ସମୀକ୍ଷା କରିବେ।

ଜାଇଡସ୍ କାଡିଲା ପକ୍ଷରୁ ବିକଶିତ ଟିକାର ୨ଟି ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ଶେଷ ହୋଇଛି। ଏହା କେତେ ସଫଳ ହୋଇଛି ସେନେଇ ସଂସ୍ଥାର ଗବେଷକ ଓ ମଖ୍ୟଙ୍କ ସହ ଆଲୋଚନା କରିବେ ମୋଦୀ।

ଏହାପରେ ମୋଦୀ ହାଇଦ୍ରାବାଦର ଭାରତ ବାୟୋଟେକ୍‌ ଓ ପୁଣେର ସେରମ୍‌ ଇନଷ୍ଟିଚ୍ୟୁଟ ମଧ୍ୟ ଯିବେ। ଦେଶରେ କରୋନା ଟିକା ପ୍ରସ୍ତୁତି ପାଇଁ ଏହି ସବୁ ସଂସ୍ଥା ଜୋରସୋରରେ ଲାଗିପଡ଼ିଛନ୍ତି। ସେରମ ଇନଷ୍ଟିଚ୍ୟୁଟ୍ ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନିକା ସହ ମିଶି କରୋନା ଟିକା ପ୍ରସ୍ତୁତ କରୁଛି।

ସେହିପରି ଆଇସିଏମଆର ସହ ମିଶି ସ୍ୱଦେଶୀ କରୋନା ଟିକା ପ୍ରସ୍ତୁତିରେ ଲାଗିପଡ଼ିଛି ଭାରତ ବାଇଓଟେକ। ତେବେ ଏହି ସବୁ ଟିକା କେତେ ଅଗ୍ରଗତି କରିଛି ସେନେଇ ନିଜେ ଆଲୋଚନା କରିବେ ମୋଦୀ।

Comment