ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନ୍ନାଙ୍କ ଅନଶନର ଷଷ୍ଠ ଦିନରେ ତାଙ୍କୁ ଭେଟିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରମୁଖ ରାଜ ଠାକରେ।

“ବିଜେପିକୁ କୌଣସି ଚିନ୍ତା ନାହିଁ ଆନ୍ନା ବଞ୍ଚନ୍ତୁ ବା ମରନ୍ତୁ। ତେଣୁ ଏଭଳି ବେକାର ସରକାର ପାଇଁ ଆନ୍ନା ନିଜ ଜୀବନକୁ ବଳିଦାନ କାହିଁକି ଦେଉଛନ୍ତି। ଅନଶନରୁ ଉଠି ବରଂ ଲୋକସଭା ନିର୍ବାଚନରେ ବିଜେପି ସରକାରକୁ ହରାଇବା ପାଇଁ ପ୍ରସ୍ତୁତ ହୁଅନ୍ତୁ”, ଆନ୍ନାଙ୍କୁ କହିଛନ୍ତି ରାଜ ଠାକରେ।

ସୋମବାର ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରମୁଖ ରାଜ ଠାକରେ ଗାନ୍ଧିବାଦୀ ନେତା ତଥା ସମାଜ ସେବୀ ଆନ୍ନା ହଜାରେଙ୍କୁ ଭେଟିଛନ୍ତି। ଆନାଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି।

ଆନ୍ନା କେନ୍ଦ୍ରରେ ଲୋକପାଳ ନିଯୁକ୍ତି ଓ ମହାରାଷ୍ଟରେ ତତ୍‌କାଳ ଲୋକାୟୁକ୍ତ ନିୁଯୁକ୍ତି ନେଇ ଅନଶନରେ ବସିଛନ୍ତି। ଆନ୍ନାଙ୍କ ଅନଶନକୁ ଶିବସେନା ମଧ୍ୟ ସମର୍ଥନ ଜଣାଇଛନ୍ତି।

ଆନ୍ନାଙ୍କ ଅନଶନର ଷଷ୍ଠ ଦିନରେ ରାଜ ଠାକରେ ତାଙ୍କୁ ଭେଟି ଅନଶନରୁ ଓହରି ଯିବା ପାଇଁ ନିବେଦନ କରିଛନ୍ତି।

 

୮୧ ବର୍ଷୀୟ ଆନ୍ନା ୬ ଦିନ ହେଲା ନିଜ ଗାଁ ରାଲେଗାଓଁରେ  ଅନଶନରେ ବସିଛନ୍ତି। ଅନଶନର ଷଷ୍ଠ ଦିନରେ କେନ୍ଦ୍ର ସରକାର ଆନ୍ନାଙ୍କ ଅନଶନ ପ୍ରତି ଓ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଉନାହନ୍ତି।

ଲୋକପାଳ ଏବଂ ଲୋକାୟୁକ୍ତ ଅଧିନିୟମ – ୨୦୧୩ ତିଆରି କରାଯାଇଥିଲା। ୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଏ ଦିଗରେ କିଛି ପଦକ୍ଷେପ ନେବେ ବୋଲି ଆଶା କରାଯାଇଥିଲା।

କିନ୍ତୁ ଏ ଦିଗରେ କିଛି ବି ହେଲାନି। ସେଥିପାଇଁ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି ଆନ୍ନା।

LEAVE A REPLY

Please enter your comment!
Please enter your name here