ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଦିଲ୍ଲୀର ଦିଲ୍ଲୀ ରାମ ଲୀଳା ମଇଦାନରେ ଚାଷୀଙ୍କ ହକ୍ ଭ୍ରଷ୍ଟାଚାର ବିରୋଧରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଛନ୍ତି। ରାଜଘାଟରେ ମହାତ୍ମା ଗାନ୍ଧି ଶ୍ରଦ୍ଧାଜ୍ଞଳି ଅର୍ପଣ କରିବା ପରେ ଅନଶନ ଆରମ୍ଭ କରିଛନ୍ତି।

ଭଷ୍ଟ୍ରାଚାର ବିରୋଧରେ ପୁଣି ଆନ୍ଦୋଳନ ଆରମ୍ଭ କରିଛନ୍ତି ବରିଷ୍ଠ ସମାଜସେବୀ ଆନ୍ନା ହଜାରେ । ଦିଲ୍ଲୀ ରାମ ଲୀଳା ମଇଦାନରେ ଚାଷୀଙ୍କ ହକ୍ ପାଇଁ ଓ ଭ୍ରଷ୍ଟାଚାର ବିରୋଧରେ ଆନ୍ନା ଆନ୍ଦୋଳନ କରିଛନ୍ତି । ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଅନିର୍ଦ୍ଦିଷ୍ଟ ଅନଶନ ଆରମ୍ଭ କରିଛନ୍ତି ଆନ୍ନା ହଜାରେ ।

“ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖି ବିଫଳ ହେବା ପରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି। ଆନ୍ଦୋଳନରେ ସାମିଲ ହେବା ପାଇଁ ଆସୁଥିବା ପ୍ରଦର୍ଶନକାରୀଙ୍କ ଟ୍ରେନ୍‌କୁ ବାତିଲ୍ କରିଦିଆଯାଇଛି। ସେମାନଙ୍କୁ ଆନ୍ଦୋଳନ ସ୍ଥଳକୁ ଆସିବାକୁ ରୋକାଯାଉଛି। ସରକାର ଦାବି ନମାନିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ”,କହିଛନ୍ତି ଆନ୍ନା ହଜାରେ।

ଆସନ୍ତୁ ଜାଣିବା କ’ଣ ରହିଛି ଆନ୍ନାଙ୍କ ଦାବି

  • କୃଷି ଉତ୍ପାଦ ପାଇଁ ଅଧିକ ମୂଲ୍ୟ ଦାବି
  • କ୍ଷେତରେ କାମ କରୁଥିବା ୬୦ରୁ ଅଧିକ ବୟସର ବ୍ୟକ୍ତିଙ୍କୁ ମାସିକ ୫ହଜାର ଟଙ୍କା ପେନସନ ପ୍ରଦାନ କରାଯାଉ
  • ଲୋକପାଳ କାର୍ଯ୍ୟକାରୀ ଓ ଲୋକାଯୁକ୍ତ ନିଯୁକ୍ତି
  • ସମ୍ବିଧାନର ଧାରା ୪୪ ଓ ୬୩କୁ ସଂଶୋଧନ କରାଯାଉ
  • ପ୍ରତି ରାଜ୍ୟରେ ସକ୍ଷମ ଲୋକାୟୁକ୍ତ ନିଯୁକ୍ତ
  • ନିର୍ବାଚନରେ ସୁଧାର ପାଇଁ ସଠିକ୍ ପଦକ୍ଷେପ ନିଆଯାଉ

 

Comment