ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗାନ୍ଧିବାଦୀ ନେତା ଆନ୍ନା ହଜାରେ ପୁଣି କରିବେ ଅନଶନ। ଲୋକପାଳ ନିଯୁକ୍ତି ଦାବିରେ ଆନ୍ନା ଜାନୁଆରୀ ୩୦ରୁ ଆମରଣ ଅନଶନରେ ବସିବେ।

ଲୋକପାଳ ଏବଂ ଲୋକାୟୁକ୍ତ ଅଧିନିୟମ ୨୦୧୩ ଅନୁଯାୟୀ ଦୁର୍ନୀତି ବିରୋଧୀ ଲୋକପାଳ ନିଯୁକ୍ତି କରିବାରେ କେନ୍ଦ୍ର ସରକାର ବିଫଳ ହୋଇଥିବାରୁ ସେ ଏହି ଅନଶନ କରିବାକୁ ଧମକ ଦେଇଛନ୍ତି।

ମହାରାଷ୍ଟ୍ରରେ ଥିବା ତାଙ୍କ ଗାଁ ରାଲେଗାଓଁ ସିଦ୍ଧିରୁ ଏହି ଅନଶନ କରାଯିବ ବୋଲି ଆନ୍ନା କହିଛନ୍ତି।

ଆନ୍ନା ହଜାରେ କହିଛନ୍ତି, “ଲୋକପାଳ ଏବଂ ଲୋକାୟୁକ୍ତ ଅଧିନିୟମ – ୨୦୧୩ ତିଆରି କରାଯାଇଥିଲା। ୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଏଦିଗରେ କିଛି ପଦକ୍ଷେପ ନେବେ ବୋଲି ଆଶା କରାଯାଇଥିଲା। କିନ୍ତୁ ଏ ଦିଗରେ କିଛି ବି ହେଲାନି। ସେଥିପାଇଁ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି।”

Comment