ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ନିଜ ଗାଁରେ ଅନଶନରେ ବସିବାକୁ ଘୋଷଣା କରିଥିଲେ। କିନ୍ତୁ ଆଜି ଅନଶନରେ ବସି ନାହାନ୍ତି ଆନ୍ନା। ତେବେ ସେ କାହିଁକି ଅଚାନକ ନିଜ ନିଷ୍ପତ୍ତି ବଦଳାଇଲେ ସେନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି।

ସୂଚନା ଅନୁସାରେ ଅନଶନ ପାଇଁ ଘୋଷଣା କରିବା ପରେ ୮୩ ବର୍ଷୀୟ ଆନ୍ନା କେନ୍ଦ୍ରମନ୍ତ୍ରୀ କୈଳାସ ଚୌଧୁରୀ ଓ ବିଜେପି ନେତା ତଥା ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଣ୍ଡଣବୀସଙ୍କ ଭେଟିଥିଲେ। ଏହାପରେ ସେ ନିଜ ନିଷ୍ପତ୍ତ ବଦଳାଇଛନ୍ତି।

ଏ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କୈଳାସ କହିଛନ୍ତି,‘‘ ଆନ୍ନା ହଜାରେଙ୍କୁ ଆମେ ଅନଶନରେ ନବସିବା ପାଇଁ ବିନତି କରିଥିଲୁ। ସେ ଆମ ଅନୁରୋଧ ରକ୍ଷା କରି ଅନଶନରେ ବସିବା ନିଷ୍ପତ୍ତି ବଦଳାଇଛନ୍ତି।

ଏପଟେ ଆନ୍ନା ହଜାରେ କହିଛନ୍ତି,‘‘ କୃଷି ଆଇନରେ କେତେକ ସଂସ୍କାର ନେଇ ତାଙ୍କର କେତେକ ପ୍ରସ୍ତାବକୁ ସରକାର ମାନିଛନ୍ତି। ତେଣୁ ସେ ଅନଶନରେ ବସି ନାହାନ୍ତି’’।

Comment