ଓଡ଼ିଶାଲାଇଭ୍ ବ୍ୟୁରୋ

ଗାନ୍ଧିବାଦୀ ନେତା ତଥା ସମାଜ ସେବୀ ଆନ୍ନା ହଜାରେ ପୁଣିଥରେ ଆନ୍ଦୋଳନରେ ବସିଛନ୍ତି। ବୁଧବାର ଆନ୍ନା ମହାରାଷ୍ଟ୍ରରେ ନିଜ ଗାଁ ରାଲେଗାଓଁ ସିଦ୍ଧିରେ ଅନଶନରେ ବସିଛନ୍ତି।

ତେବେ ଆନ୍ନା ଏଥର ଲୋକପାଳ ଏବଂ ଲୋକାୟୁକ୍ତ ଅଧିନିୟମ ୨୦୧୩ ଅନୁଯାୟୀ ଦୁର୍ନୀତି ବିରୋଧୀ ଲୋକପାଳ ନିଯୁକ୍ତି କରିବାରେ କେନ୍ଦ୍ର ସରକାର ବିଫଳ ହୋଇଥିବାରୁ ଏହି ଅନଶନ କରୁଛନ୍ତି।

ଲୋକପାଳ ଏବଂ ଲୋକାୟୁକ୍ତ ଅଧିନିୟମ – ୨୦୧୩ ତିଆରି କରାଯାଇଥିଲା। ୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଏ ଦିଗରେ କିଛି ପଦକ୍ଷେପ ନେବେ ବୋଲି ଆଶା କରାଯାଇଥିଲା।

କିନ୍ତୁ ଏ ଦିଗରେ କିଛି ବି ହେଲାନି। ସେଥିପାଇଁ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି ଆନ୍ନା।

Comment