ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ଅଭିନେତ୍ରୀ ଐଶର୍ଯ୍ୟା ରାୟ ବଚ୍ଚନ ସୋସିଆଲ ମିଡିଆରେ ଖୁବ କମ ଆକ୍ଟିଭ ରହିଥାନ୍ତି। କିନ୍ତୁ ନିଜ ସ୍ୱାମୀ ଅଭିଶେକ ବଚ୍ଚନଙ୍କ ଜନ୍ମଦିନରେ କିପରି ସେ ପଛରେ ରହିପାରିବେ। ମଙ୍ଗଳବାର ହେଉଛି ଅଭିନେତା ଅଭିଷେକ ବଚ୍ଚନଙ୍କ ଜନ୍ମଦିନ। ବଲିଉଡର ସମସ୍ତ ସେଲିବ୍ରେଟିଠାରୁ ଆରମ୍ଭ କରି ଫ୍ୟାନ୍ସମାନେ ତାଙ୍କ ଜନ୍ମଦିନରେ ଅନେକ ଶୁଭେଚ୍ଛା ଜଣାଇଛନ୍ତି। ପତ୍ନୀ ଐଶର୍ଯ୍ୟା ରାୟ ବଚ୍ଚନ ଏକ ଭିନ୍ନ ଢଙ୍ଗରେ ଅଭିଷେକଙ୍କୁ ଜନ୍ମଦିନରେ ୱିସ୍‌ କରିଛନ୍ତି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 

View this post on Instagram

 

?always…My Baby?HAPPY HAPPY BIRTHDAY BAAABYYY?✨??⭐️

A post shared by AishwaryaRaiBachchan (@aishwaryaraibachchan_arb) on

ଐଶର୍ଯ୍ୟା ସ୍ୱାମୀ ଅଭିଷେକ ବଚ୍ଚନଙ୍କ ଛୋଟ ବେଳର ଏକ ଫଟୋକୁ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହା ସହ ଲେଖିଛନ୍ତି, ‘ସବୁବେଳେ ମୋ ବେବି….ହାପି ବର୍ଥ ଡେ ବେବି’। ଏହା ପରେ ଐଶର୍ଯ୍ୟା ଉଭୟଙ୍କ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି।

ଅଭିଷେକ ବଚ୍ଚନ ମଙ୍ଗଳବାର ତାଙ୍କ ୪୩ ତମ ଜନ୍ମ ବାର୍ଷିକ ଉତ୍ସବ ପାଳନ କରୁଛନ୍ତି। ୧୮ ବର୍ଷ ପୂର୍ବେ ଅଭିଷେକ ‘ରିଫ୍ୟୁଜି’ ଫିଲ୍ମ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ। ଇତି ମଧ୍ୟରେ ଐଶର୍ଯ୍ୟା ଓ ଅଭିଷେକଙ୍କ ବିବାହକୁ ୧୩ ବର୍ଷ ପୂରି ଗଲାଣି। ଶେଷ ଥର ପାଇଁ ଅଭିଷେକଙ୍କୁ ‘ମନମର୍ଜିଆଁ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ସୁପରଷ୍ଟାର କମଲ ହସନଙ୍କ ଅଗାମୀ ଫିଲ୍ମ ‘ଇଣ୍ଡିଆନ-୨’ରେ ଅଭିଷେକ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here