ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୬ ଜୁଲାଇ ଭାରତ ପାଇଁ ଥିଲା ଏକ ବଡ଼ ବିଜୟ। କାରଗିଲ ଯୁଦ୍ଧରେ ଭାରତ ନିଜ ବିଜୟର ତ୍ରିରଙ୍ଗା ଉଡ଼େଇଥିଲା। ଏହି ବିଜୟର ଦିନକୁ ମନେ ରଖିଛି ପୂରା ଭାରତବର୍ଷ। ପ୍ରତିବର୍ଷ ଠିକ୍ ଏହି ଦିନରେ ପାଳିତ ହେଉଛି ’କାରଗିଲ ବିଜୟ ଦିବସ’। ଏହି ବିଜୟ ଦିବସକୁ ନେଇ ବଲିଉଡରେ ନିର୍ମାଣ ହୋଇଥିଲା ଫିଲ୍ମ ଏଲଓସି କାରଗିଲ।

ଜେପି ଦତ୍ତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ନିର୍ମାଣ କରିବା ଏତେ ସହଜ ନଥିଲା। ୩୨ ଜଣ ଅଭିନେତା ଓ ଅଭିନେତ୍ରୀ, ୫୫ କ୍ୟାମେରାମ୍ୟାନ୍ ଏବଂ ୧ହଜାର ସେନାଙ୍କୁ ନେଇ ହୋଇଥିଲା ଏହି ଫିଲ୍ମ।

ଜାଣନ୍ତୁ କେମିତି ଥିଲା ଏଲଓସି କାରଗିଲ ଫିଲ୍ମର ସୁଟିଂ।

ଏହି ଫିଲ୍ମରେ ୩୨ ଜଣ ଅଭିନେତା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଫିଲ୍ମରେ ସଂଜୟ ଦତ୍ତ, ଅଜୟ ଦେବଗନ, ସୈଫ ଅଲ୍ଲି ଖାନ୍, ସୁନିଲ ସେଠୀ, ଅକ୍ଷୟ ଖନ୍ନା, ନାଗାର୍ଜୁନ, ମନୋଜ ବାଜପେଇ, ସଂଜୟ କପୁର, ଅଭିଷେକ ବଚନ, କିରନ କୁମାରଙ୍କ ଭଳି ଆହୁରି ଅନେକ ଅଭିନେତା ନିଜର ଭୂମିକା ବେଶ ଭଲ ଭାବରେ ତୁଲାଇଥିଲୋ ଅଭିନେତ୍ରୀ ଭାବରେ କରିନା କପୁର, ରାନି ମୁଖାର୍ଜି, ଇଷା ଦେଓଲ ମୁଖ୍ୟ ଭୂମିକାରେ ଥିଲେ।

ଲେହ ପାହାଡ଼ର ଶିଖର ଉପରେ ଏହି ଫିଲ୍ମ ସୁଟିଂ ହୋଇଥିଲା।

Salam Sahid

ସୁଟିଂ ସମୟରେ ଟିମ୍‌ମାନଙ୍କ ପାଇଁ ୧୨ଟା ହୋଟେଲର ବ୍ୟବସ୍ଥା କରାଯାଇଛି। ଫିଲ୍ମରେ ବହୁ ମାତ୍ରାରେ ଅସ୍ତ୍ରଶସ୍ତ୍ରର ବ୍ୟବହାର କରାଯାଇଥିଲ।। ଏହି ଅସ୍ତ୍ରଶସ୍ତ୍ରକୁ ଚଣ୍ଡିଗଡ଼ରୁ ଲେହ ନେବା ପାଇଁ ୫ଦିନ ସମୟ ଲାଗିଥିଲା।

Comment