ଓଡିଶାଲାଇଭ୍ ବ୍ୟୁରୋ

ମେଗାଷ୍ଟାର ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ ହୋଇଛନ୍ତି। ଏନେଇ ତାଙ୍କ ପୁଅ ଅଭିଷେକ ବଚ୍ଚନ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏଥିସହ ପିତାଙ୍କ ଆରୋଗ୍ୟ କାମନା କରିଥିବା ବ୍ୟକ୍ତିଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

ଅମିତାଭ୍ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ଘରେ ପହଞ୍ଚିଛନ୍ତି। ଏବେ ୭ ଦିନ ପର୍ଯ୍ୟନ୍ତ ସେ ହୋମ୍ ଆଇସୋଲେସନ୍‌ରେ ରହିବେ ବୋଲି ସୂଚନା ମିଳିଛି।

ପୂର୍ବରୁ ବଚ୍ଚନ ପରିବାରର ୪ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଅମିତାଭ, ଅଭିଷେକ,ଐଶ୍ଵର୍ଯ୍ୟା ଏବଂ ଆରାଧ୍ୟା କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ ଜୟା ବଚ୍ଚନଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା।

କିଛି ଦିନ ପୂର୍ବରୁ ଐଶ୍ଵର୍ଯ୍ୟା ଏବଂ ଆରାଧ୍ୟା କରୋନାରୁ ସୁସ୍ଥ ହୋଇଥିଲେ। ଏବେ ସେମାନେ ନିଜ ଘରେ ଆଇସୋଲେସନରେ ଅଛନ୍ତି। ଅଭିଷେକ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comment