ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାରୁ ସୁସ୍ଥ ହୋଇ କାମକୁ ଫେରିଲେଣି ବଲିଉଡର ମହାନାୟକ ବିଗ୍ ବି ଅମିତାଭ ବଚ୍ଚନ। ‘କୌନ ବନେଗା କରୋଡପତି’ର ସିଜିନ ୧୨ରୁ ସୁଟିଂ ଆରମ୍ଭ କରିଛନ୍ତି। ସୁଟିଂ ସେଟର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରି ବିଗ୍‌ ବି ନିଜେ ଏହି ସୂଚନା ଦେଇଛନ୍ତି।BGU

ଅମିତାଭ ବଚ୍ଚନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ କ୍ୟାମେରାମ୍ୟାନଙ୍କ ଠାରୁ ଆରମ୍ଭ କରି କ୍ରୁ ପର୍ଯ୍ୟନ୍ତ ସମସ୍ତେ ପିପିଇ କିଟ୍ ପିନ୍ଧି ବସିଛନ୍ତି। ପୂରା ସୁରକ୍ଷା ମଧ୍ୟରେ ସୁଟିଂ ଚାଲିଛି।

ଅମିତାଭଙ୍କ ଏହି ଫଟୋକୁ ସୋସିଆଲ ମିଡିଆରେ ଭଲ ରେସପନ୍ସ ମିଳିଛି। କରୋନାରୁ ସୁସ୍ଥ ହୋଇ ପୁଣି କାମରେ ଯୋଗ ଦେଇଥିବାରୁ ପ୍ରଂଶସକ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

Comment