ଓଡ଼ିଶାଲାଇଭ ବ୍ୟୁରୋ

ଆଜି ଜ୍ୟୋଷ୍ଠ ଅମାବାସ୍ୟା ଅର୍ଥାତ ଆଜିର ଦିନକୁ ସମସ୍ତେ ସାବିତ୍ରୀ ଅମାବାସ୍ୟା ଭାବେ ପାଳନ କରିଥାନ୍ତି। ସ୍ଵାମୀଙ୍କ ସୁସ୍ଥ ଶରୀର ଓ ନୀରାମୟ ଜୀବନ କାମନା କରି ରାଜ୍ୟର ସବୁ ସଧବା ନାରୀମାନେ ଆଜି ବ୍ରତ ରଖିଛନ୍ତି।

ଏଥିପାଇଁ ସକାଳୁ ସକାଳୁ ରାଜଧାନୀ ସମେତ ସବୁ ଜିଲ୍ଲାରେ ଥିବା ମନ୍ଦିର ମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ଏଥିରେ ଧର୍ମଦେବତା ଯମରାଜ, ସାବିତ୍ରୀ ଓ ସତ୍ୟବାନଙ୍କୁ ପୂଜା କରାଯାଇଥାଏ।

ନାରୀମାନେ ନିଷ୍ଠା ଓ ଭକ୍ତିର ସହ ସ୍ଵାମୀମାନଙ୍କର ମଙ୍ଗଳ ମନାଶୀ ପୂଜାର୍ଚ୍ଚନା କରୁଛନ୍ତି। ନୂଆ ଚୁଡି, ସାଢୀ ସହ ବିଭିନ୍ନ ଫଳ ପୂଜା କରିଥାନ୍ତି। ପୂଜା ସରିବା ପରେ ସ୍ଵାମୀଙ୍କଠୁ ଆର୍ଶୀବାଦ ନେଇ ଭୋଗ ଖାଇଥାନ୍ତି।

Comment