ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ ସାରା ଓଡ଼ିଶାରେ ପାଳନ ହେବ ସାବିତ୍ରୀ ବ୍ରତ। ତେବେ ଏବେଠାରୁ କିନ୍ତୁ ଫଳ ବଜାରରେ ଦରଦାମ ଆକାଶଛୁଆଁ ହେଉଥିବା ଦେଖିବାକୁ ମିଳିଲାଣି।

ସାବିତ୍ରୀ ବ୍ରତ ପାଳନ କରିବାକୁ ଲୋକମାନେ ବଜାରକୁ ଫଳ ଓ ଶାଢ଼ୀ କିଣିବାକୁ ଯାଉଛନ୍ତି। ହେଲେ ଫଳର ଦାମ ଶୁଣି ସେଠାରେ ଲୋକଙ୍କ ହୋସ୍ ଉଡ଼ିଯାଉଛି। ହେଲେ ଶେଷରେ ବାଧ୍ୟହୋଇ ଚଢ଼ା ଦାମରେ ଫଳ କିଣିବାକୁ ବାଧ୍ୟ ହେଉଛନ୍ତି। ପରମ୍ପରା ବଞ୍ଚାଇବାକୁ ଅଧିକ ଦାମ ଦେଇ ଫଳ କିଣୁଛନ୍ତି ଲୋକେ।

ରାଜଧାନୀର ବିଭିନ୍ନ ମାର୍କେଟରେ ଆଜି ଫଳର ଦାମ ଦେଢ଼ଗୁଣା ବୃଦ୍ଧି ପାଇଛି। ଆମ୍ବ, ସେଓ , କମଳା ଓ କଦଳୀ ଆଦି ସବୁ ଦିନର ଦାମ ଅପେକ୍ଷା ଅଧିକ ଦାମରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ କରୋନା କଟକଣା ସତ୍ତ୍ୱେ ଲୋକମାନଙ୍କଠାରୁ ଆରମ୍ଭ କରି ବ୍ୟବସାୟୀମାନେ ନିୟମ ଭାଙ୍ଗୁଥିବା ଦେଖିବାକୁ ମିଳୁଛି। ଫଳ ଦୋକାନ ଆଗରେ ଲୋକମାନ ରୁଣ୍ଡ ହୋଇ ଫଳ କିଣୁଛନ୍ତି। କେତେକ ଲୋକମାନେ ବିନା କୌଣସି ମାସ୍କ ପିନ୍ଧି ବଜାରକୁ ଆସିଥିବା ମଧ୍ୟ ଆଜି ଦେଖିବାକୁ ମିଳିଥିଲା।

Comment