ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ କଟକଣାରେ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଗଡ଼ିବ ପାସେଞ୍ଜର ଓ ମେମୁ ଟ୍ରେନ। ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର-କେନ୍ଦୁଝର-ଭୁବନେଶ୍ୱର ଓ ପୁରୀ-ଅନୁଗୁଳ-ପୁରୀ ମଧ୍ୟରେ ଚାଲିବ ମେମୁ ଟ୍ରେନ। ଏଥିସହ ପୁରୀ-ହଟିଆ, ପୁରୀ-ସମ୍ବଲପୁର, ପୁରୀ-ପାରାଦ୍ୱୀପ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଚାଲିବ।

ରାଜ୍ୟରେ କରୋନା ମାହାମାରୀ ପାଇଁ ପାସେଞ୍ଜର ଟ୍ରେନ ଓ ମେମୁ ଚଳାଚଳ ବନ୍ଦ ରହିଥିବାରୁ, ଲୋକମାନେ ଯାତାୟତ କରିବାରେ ବାଧା ସୃଷ୍ଟି ହେଉଛି। ତେଣୁ ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର-କେନ୍ଦୁଝରଗଡ଼ ମେମୁ ମାର୍ଚ୍ଚ ୩୦ରୁ ଅପରାହ୍‌ଣ ୪.୩୫ରେ ଭୁବନେଶ୍ୱରରୁ ବାହାରି ରାତି ୯.୩୫ରେ କେନ୍ଦୁଝରଗଡ଼ରେ ପହଞ୍ଚିବ। କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ ସକାଳ ୬.୩୦ରେ କେନ୍ଦୁଝରଗଡ଼ରୁ ବାହାରି ୧୧.୦୫ରେ ଭୁବନେଶ୍ୱରରେ ପହଞ୍ଚିବ।

ସେହିପରି ପୁରୀ-ଅନୁଗୁଳ ମେମୁ ଏପ୍ରିଲ ୫ରୁ ଅପରାହ୍‌ଣ ୪.୪୫ରେ ପୁରୀରୁ ବାହାରି ରାତି ୯ଟା ୩୦ରେ ପହଞ୍ଚିବ। ଅନୁଗୁଳ-ପୁରୀ ମେମୁ ସକାଳ ୫.୪୫ରେ ଅନୁଗୁଳରୁ ବାହାରି ୧୦.୨୦ରେ ପୁରୀରେ ପହଞ୍ଚିବ। ଅନ୍ୟପକ୍ଷରେ ପୁରୀ-ହାଟିଆ-ପୁରୀ ଟ୍ରେନ୍ ଏପ୍ରିଲ ପହିଲାରୁ ପୁରୀରୁ ରାତି ୮ଟା ୩୦ରେ ଛାଡ଼ି ପରଦିନ ୧୦.୪୫ରେ ହାଟିଆରେ ପହଞ୍ଚିବ।

ହଟିଆ-ପୁରୀ ଟ୍ରେନ୍ ଏପ୍ରିଲ ୨ରୁ ଅପରାହ୍‌ଣ ୪ଟାରେ ହଟିଆରୁ ବାହାରି ପରଦିନ ସକାଳ ୬.୧୦ରେ ପୁରୀରେ ପହଞ୍ଚିବ। ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ଏପ୍ରିଲ ୩ରୁ ସକାଳ ୬ଟାରେ ସମ୍ବଲପୁରରୁ ବାହାରି ଅପରାହ୍ଣ ୧୨.୫୦ରେ ପୁରୀରେ ପହଞ୍ଚିବ। ଅପରାହ୍‌ଣ ୩.୪୫ରେ ପୁରୀରୁ ବାହାରି ରାତି ୧୦.୧୦ରେ ସମ୍ବଲପୁରରେ ପହଞ୍ଚିବ। ପୁରୀ-ପାରାଦୀପ-ପୁରୀ ସ୍ୱତନ୍ତ୍ର ଟ୍ରେନ ଏପ୍ରିଲ ୭ରୁ ସକାଳ ୬.୧୫ରେ ପୁରୀରୁ ବାହାରି ୧୦.୧୫ରେ ପାରାଦ୍ୱୀପରେ ପହଞ୍ଚିବ। ସନ୍ଧ୍ୟା ୬ଟାରେ ପାରାଦ୍ୱୀପରୁ ଛାଡ଼ି ରାତି ୧୦.୧୦ରେ ପୁରୀରେ ପହଞ୍ଚିବ।

କରୋନା ଲେଉଟାଣିକୁ ନେଇ ରାଜ୍ୟରେ କରୋନା କଟକଣା କଡ଼ାକଡ଼ି କରାଯାଇଥିବାବେଳେ, ସେପଟେ ଲୋକଙ୍କ ଗମନାଗମନ ଅସୁବିଧାକୁ ଦୃଷ୍ଟିରେ ରଖି ଏହିସବୁ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର।

Comment