ଓଡ଼ିଶାଲାଇଭ୍ ବ୍ୟୁରୋ

(କୋରାପୁଟ): ଜୟପୁର ଉମୁରି ବ୍ରିଜ ନିକଟରେ ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ହୋଇଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସୋମବାର ଦିନ ଏହି ପାସେଞ୍ଜର ଟ୍ରେନଟି ଯାତ୍ରୀଙ୍କୁ ଧରି କିରଣ୍ଡୋଲ ଯାଉଥିବା ସମୟରେ ଉମୁରି ନିକଟରେ ଲାଇନଚ୍ୟୁତ ହୋଇଯାଥିଲା। ଟ୍ରେନର ୪ଟି ବଗି ରେଳଧାରଣାର ତଳକୁ ଖସି ପଡ଼ିଥିଲା। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ରେଳ ଧାରଣାର ମରାମତି କାମ ଆରମ୍ଭ ହୋଇଥିବା ରେଳ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।

ଯାତ୍ରୀମାନଙ୍କୁ ଉଦ୍ଧାର କରାଯିବା ପରେ ସେମାନଙ୍କୁ ରେଳ ଷ୍ଟେସନକୁ ପଠାଇଦିଆଯାଇଛି। ଏହି ଦୁର୍ଘଟଣା ପାଇଁ ରେଳ ବିଭାଗର ଦୁଇ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଦୁଇଜଣ ହେଲେ ସେକ୍ସନ ଇଂଜିନିୟର ଓ ଜଣେ ଗ୍ୟାଙ୍ଗମ୍ୟାନ। ଏ ନେଇ ଡିଆରଏମ ଅନୁପ ଶତପଥୀ ସୂଚନା ଦେଇଛନ୍ତି।

Tags: #Train #passengerTrain #VishakhapatnamJagdalpuTrian #Joypure

Comment