ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ପୂର୍ବତଟ ରେଳବାଇ ଓ୍ଵାଲଟେଆର ଡିଭିଜନର ଡିଆରଏମ ଅନୁପ ଶତପଥୀ ଜୟପୁର ରେଳ ଷ୍ଟେସନର ସମୀକ୍ଷା କରିଛନ୍ତି। ସେ ଜଗଦଲପୁରରୁ ବିଶାଖାପାଟଣା ଗସ୍ତରେ ଯିବା ସମୟରେ ଏହି ସମୀକ୍ଷା କରିଛନ୍ତି। ଡିଆରଏମଙ୍କ ଗସ୍ତ ସୂଚନା ପାଇ ଜୟପୁରର ବିଭିନ୍ନ ଅନୁଷ୍ଠାନ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଭୁବନେଶ୍ୱରରୁ ବିଶାଖାପାଟଣା ଆସୁଥିବା ଟ୍ରେନ କୋରାପୁଟ ଭାୟା ଆରକୁ ଦେଇ ଯିବାଲାଗି ବ୍ୟବସ୍ଥା କରିବାକୁ ଜୟପୁର ଜନ କଲ୍ୟାଣ ମଞ୍ଚ ଜୟପୁର ପକ୍ଷରୁ ଦାବି କରାଯାଇଛି।

ଜୟପୁର ରେଳ ଷ୍ଟେସନରେ ଥିବା ଫୁଟ ଓଭର ବ୍ରିଜର ଉଭୟ ପାର୍ଶ୍ଵରେ ଖସଡ଼ା ପଥ, ଜୟପୁରଠାରେ ଲଗେଜ ବୁକିଙ୍ଗ୍ ବ୍ୟବସ୍ଥା, ଦ୍ଵିତୀୟ ପ୍ଲାଟର୍ମ ନିକଟରେ ଶୌଚାଳୟ ଏବଂ ପାନୀୟ ଜଳ ବ୍ୟବସ୍ଥା, ମାଲକାନଗିରି-ଜୟପୁର-ଜୁନାଗଡ଼ ରେଳପଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା, ଜଗଦଲପୁରରୁ ଦେଶର ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇ ମେଟ୍ରୋ ସିଟି ସହ ସଂଯୋଗ ବ୍ୟବସ୍ଥା କରିବା ଲାଗି ଡିଆରଏମଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା। ସମସ୍ତ ଦାବି ଉପରେ ଗୁରୁତ୍ଵ ଦିଆଯିବା ସହ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଆରଏମ ଅନୁପ ଶତପଥୀ କହିଛନ୍ତି।

Tags: #JoypureRailwayStation #EastCoastRailway #DRMAnupSatpathy #Joypure

Comment