ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛୋଟ ପିଲା ଖେଳୁଥିବା ସମୟର ଏକ କ୍ୟୁଟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ବଲିଉଡ ସେଲିବ୍ରିଟି ମଧ୍ୟ ଟୁଇଟର ଓ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି।

ଫଟୋରେ ପିଲାମାନେ ଗୋଟିଏ ସେଲଫି ନେଇଛନ୍ତି। ହେଲେ ଏହି ସେଲଫି କୌଣସି ସ୍ମାର୍ଟଫୋନରେ ନୁହେଁ ବରଂ ପିଲାମାନେ ଏକ ଚପଲରେ ଫଟୋ ଉଠାଉଛନ୍ତି। ହେଲେ ପୋଜ୍‌ ସ୍ମାର୍ଟଫୋନରେ ଫଟୋ ଉଠାଇଲାଭଳି ଦେଇଛନ୍ତି।

ବଲିଉଡ ସେଲିବ୍ରିଟି ଅନୁପମ ଖେର ଏହି ଫଟୋକୁ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି।

କେବଳ ଅନୁପମ ଖେର ନୁହିଁନ୍ତି ସୁନିଲ ସେଟ୍ଟୀ, ବୋମନ ଇରାନୀ ବି ଏହି ଫଟୋକୁ ଶେୟାର କରିଛନ୍ତି।

ଫଟୋ ଶେୟାର କରି ଅନୁପମ ଖେର ଲେଖିଛନ୍ତି, ଜିନିଷ ସେହିମାନଙ୍କ ପାଇଁ ସର୍ବଶ୍ରେଷ୍ଠ ହୋଇଯାଏ ଯେଉଁମାନେ କପରି ଏହାକୁ  ସର୍ବଶ୍ରେଷ୍ଠ କରିହେବ ତାହା ଜାଣିଥାନ୍ତି।


Comment