ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗକୁ ଥିବା ଯୁକ୍ତ ୨ ପରୀକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ରାଜ୍ୟ ସମସ୍ତ ଜୁନିଅର କଲେଜକୁ ସିସିଟିଭି ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ନିର୍ଦ୍ଧାରିତ ସମୟ ସୁଦ୍ଧା ସିସିଟିଭି ନ ଲଗାଯାଏ ତେବେ ପରୀକ୍ଷା କେନ୍ଦ୍ର ବାତିଲ୍‌ ହେବ ବୋଲି ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ଚେତାବନୀ ଦେଇଛନ୍ତି।

ଯୁକ୍ତ ୨ ଥିଓରି ପରୀକ୍ଷାକୁ ଆଉ ମାତ୍ର ମାସେ ଥିବା ବେଳେ ଏ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିପାରିନି। ପରିଷଦର ୫ଥର ତାଗିଦ୍‌ ପରେ ମଧ୍ୟ ରାଜ୍ୟରେ ପ୍ରାୟ ୩୫୦ କଲେଜରେ କ୍ୟାମେରା ଲାଗିନାହିଁ।

ଫେବ୍ରୁଆରି ୨୦ ତାରିଖ ସୁଦ୍ଧା କ୍ୟାମ୍ପସରେ ସିସିଟିଭି ଲଗାଇ ରିପୋର୍ଟ ଦାଖଲ କରାଯିବ। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ସିସିଟିଭି ନ ଲଗାଯାଏ, ତେବେ ଉକ୍ତ କଲେଜ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଏଥର ଯୁକ୍ତ ୨ ପରୀକ୍ଷା ନିୟମରେ କିଛି ପରିବର୍ତ୍ତନ କରାଯାଇଛି। ଏଥର ଉଭୟ କେନ୍ଦ୍ରୀୟ ଓ ଜୋନ୍‌ସ୍ତରୀୟ ସ୍କ୍ୱାଡ୍‌ରେ ଅଧ୍ୟାପକମାନଙ୍କୁ ସାମିଲ କରାଯିବାକୁ ପରିଷଦ ନିଷ୍ପତ୍ତି ନେଇଛି। ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଲିକ ଆଶଙ୍କା ସାଙ୍ଗକୁ କପି ରୋକିବାକୁ ଚଳିତବର୍ଷ ଏହି ପଦକ୍ଷେପ ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।

Comment