ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱରେ ଜନସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ଜନସଂଖ୍ୟା ବୃଦ୍ଧି ପାଇଁ କିଛି ଦେଶ ଚିନ୍ତାପ୍ରକଟ କରୁଥିବା ବେଳେ ଆଉ କିଛି ଦେଶ ଜନସଂଖ୍ୟା ହ୍ରାସ ନେଇ ଚିନ୍ତାରେ ପଡ଼ିଛନ୍ତି।

ଏଭଳି ସ୍ଥିତିରେ ଜନସଂଖ୍ୟା ବୃଦ୍ଧି ପାଇଁ ହଙ୍ଗେରୀ ସରକାର ଏକ ଲୋକାଭିମୁଖୀ ଯୋଜନା ଘୋଷଣା କରିଛନ୍ତି। ସେଠାରେ ସରକାରୀ ନିୟମ ଅନୁସାରେ ଚାରିରୁ ଅଧିକ ପିଲା ଥିବା ଦମ୍ପତିଙ୍କୁ ଆଜୀବନ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ।

ଏକ ସାଧାରଣ ସଭାରେ ହଙ୍ଗେରୀର ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ ଏହା ଘୋଷଣା କରିଛନ୍ତି। ଏହାଛଡ଼ା ଲୋକଙ୍କୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ। କାରଣ ବାହାର ଦେଶରୁ ଆସୁଥିବା ଲୋକଙ୍କ ସପକ୍ଷରେ ନାହାନ୍ତି ପ୍ରଧାନମନ୍ତ୍ରୀ।

ଓର୍ବାନ ସରକାର ବାରମ୍ବାର ଶରଣାର୍ଥୀଙ୍କୁ ବିରୋଧ କରି ଆସୁଛନ୍ତି। ବିନା ଯାଞ୍ଚରେ ଶରଣାର୍ଥୀ ଆସୁଥିବାରୁ ଆଗାମୀ ଦିନରେ ଏମାନଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଚିନ୍ତାପ୍ରକଟ କରିଛନ୍ତି।

Comment