ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରଯାଏ। ସାରା ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଜନସଂଖ୍ୟା ପ୍ରତି ଲୋକଙ୍କ ସଚେତନ କରାଇବା ପାଇଁ ଏହି ଦିବସ ପାଳିତ ହୁଏ। ପ୍ରତିବର୍ଷ ଏହି ଦିବସର ଏକ ନୂଆ ଥିମ୍‌ ରହିଥାଏ।  କିନ୍ତୁ ଏଥର ବିଶ୍ୱ କରୋନା ମହାମାରୀର ଶିକାର ହୋଇଛି। ଏଭଳି ପରିସ୍ଥିତିରେ ମିଳିତ ଜାତିସଂଘ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ଅଧିକାର ସହ ଜଡିତ ଏକ ଥିମ୍‌ ରଖିଛି।

ଏହି ଥିମ ହେଲା  ‘Health And Rights Of Women In The Time Of COVID-19’।

ବିଶ୍ୱ ଜନସଂଖ୍ୟା ଦିବସର ଗୁରୁତ୍ୱ ଏବଂ ଇତିହାସ

୧୯୮୯ ଠାରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ଏହି ଦିନର ପ୍ରାରମ୍ଭ ସଂଯୁକ୍ତ ରାଷ୍ଟ୍ର ସଂଘର ବିକାଶ କାର୍ଯ୍ୟକ୍ରମ ଭାବେ ଆରମ୍ଭ ହୋଇ ପରେ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରାଗଲା। ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରିବାର ପ୍ରଥମ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଜନସଂଖ୍ୟା ନିୟନ୍ତ୍ରଣ କରିବାର ଗୁରୁତ୍ୱ ବିଷୟରେ ଜଣାଇବା। ସେଥିପାଇଁ ଏହି ଦିନ ଅନେକ ହୋଇଥାଏ।CGU new

ୱାର୍ଲ୍ଡମିଟର ଅନୁଯାୟୀ ବର୍ତ୍ତମାନ ଚୀନ୍ ହେଉଛି ବିଶ୍ୱର ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ। ଚୀନ୍ ପରେ ଭାରତର ସର୍ବାଧିକ ଜନସଂଖ୍ୟା ରହିଛି। ଭାରତର ଜନସଂଖ୍ୟା ପ୍ରାୟ୧୩୫ କୋଟି। ୨୦୫୦ ସୁଦ୍ଧା ନାଇଜେରିଆ ତୃତୀୟ ସ୍ଥାନରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି।

Comment