ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ-କଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କବାଦ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ସହାୟତା ଲାଗି ବଲିଉଡର ମହାନାୟକ ବିଗ୍‌ ବି ହାତ ବଢ଼େଇଛନ୍ତି। ଏହି ବର୍ବର ଆତଙ୍କବାଦ ଆକ୍ରମଣରେ ସହିଦ ଯବାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ଏହି ଆକ୍ରମଣରେ ସହିଦ ଯବାନଙ୍କୁ ସମୁଦାୟ ୨ କୋଟିର ଅର୍ଥରାଶି ସହାୟତା କରିବେ ବିଗ୍‌ ବି।

ଏହା ପୂର୍ବରୁ ଅମିତାଭ ବଚ୍ଚନ ଏହି ଆକ୍ରମଣ ପାଇଁ ଶୋକ ପ୍ରକାଶ ସହ ଗଭୀର ଦୁଃଖ ପ୍ରକାଶ କରିଥିଲେ। ସେ ଲେଖିଥିଲେ କି ଏହି ଆକ୍ରମଣ ପରେ ସେ ଅଧିକ ବିଚଳିତ ହୋଇଯାଇଛନ୍ତି।

Comment