ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୦ରେ ନେହା କକ୍କରଙ୍କଠାରୁ ଆରମ୍ଭ କରି ପୁନିତ ପାଠକଙ୍କ ପର୍ଯ୍ୟନ୍ତ ବହୁ ସେଲିବ୍ରିଟି ବିବାହ କରିଛନ୍ତି।

୨୦୨୦ରେ କରୋନା, ଲକଡାଉନ, ସଟଡାଉନ ପାଇଁ କିଛି ଦିନ ଜୀବନଯାତ୍ରା ଅଟକି ଯାଇଥିଲା। ଦୋକାନ, ବଜାର, ପର୍ଯ୍ୟଟନସ୍ଥଳୀ ଆଦି ସବୁ ବନ୍ଦ ଥିଲା। କିନ୍ତୁ ଏହି ସମୟରେ କିଛି ସେଲିବ୍ରିଟି ନିଜ ଜୀବନରେ ଆଉ ପାଦେ ଆଗକୁ ବାଢ଼ି ହାତକୁ ଦି ହାତ ହୋଇଛନ୍ତି। ତେବେ କେଉଁ ସେଲିବ୍ରିଟି ୨୦୨୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଜାଣନ୍ତୁ ଓଡ଼ିଶାଲାଇଭ୍‌ ୨୦୨୦ ଫ୍ଲାସବ୍ୟାକ୍‌ ରିପୋର୍ଟରେ।

କାଜଲ ଅଗ୍ରଓ୍ୱାଲ – ଗୌତମ କିଚଲୁ

ବଲିଉଡ ତଥା ସାଉଥ ଅଭିନେତ୍ରୀ ଗତ ଅକ୍ଟୋବର ୩୦ ତାରିଖରେ ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିଥିଲେ। ମୁମ୍ବାଇରେ ନିରାଡମ୍ବର ଭାବେ ତାଙ୍କ ବାହାଘର ସମ୍ପନ୍ନ ହୋଇଥିଲା। ବିବାହ ପରେ କାଜଲ ମାଲଦୀପ ଯାଇଥିଲେ। ଏହି ଟ୍ରିପରେ ସେ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାକୁ ଆସିଥିଲେ।

ନେହା କକ୍କର-ରୋହନ

ଖ୍ୟାତନାମା ଗାୟିକା ନେହା କକ୍କର ମଧ୍ୟ କରୋନା କାଳରେ ବିବାହ କରିଥିଲେ। ନେହାଙ୍କର ଅକ୍ଟୋବର ୨୪ରେ ଦିଲ୍ଲୀରେ ବାହାଘର ହୋଇଥିଲା। ବିବାହ ପରେ ନେହା ତାଙ୍କ ଶାଶୂଘର ପଞ୍ଜାବ ଯାଇଥିଲେ। ଏବେ ସେ ପୁଣି ମୁମ୍ବାଇ ଫେରି ଆସିଛନ୍ତି।

ନତାଶା – ହାର୍ଦ୍ଦିକ

କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଅଭିନେତ୍ରୀ ନତାଶା ଲକଡାଉନ ସମୟରେ ଜୁନ୍‌ ମାସରେ ବିବାହ କରିଥିଲେ। କିଛି ମାସ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶାଙ୍କର ନିର୍ବନ୍ଧ ହୋଇଥିଲା।

ଆଦିତ୍ୟ – ଶ୍ୱେତା

ପ୍ରସିଦ୍ଧ ଗାୟକ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଡିସେମ୍ବର ୧ରେ ନିଜ ପ୍ରେମିକା ତଥା ଅଭିନେତ୍ରୀ ଶ୍ୱେତା ଅଗ୍ରଓ୍ୱାଲଙ୍କୁ ସେ ବିବାହ କରିଛନ୍ତି। କରୋନା ଯୋଗୁଁ ଆଦିତ୍ୟ ଧୁମଧାମରେ ବାହା ନହୋଇ ଅତି ନିରାଡମ୍ବର ଭାବେ ମନ୍ଦିରରେ ବିବାହ କରିଥିଲେ। ଏହି ବାହାଘରରେ ମାତ୍ର ୫୦ ଜଣ ଅତିଥି ସାମିଲ ହୋଇଥିଲେ।

ପ୍ରାଚୀ ଟେହଲନ ରୋହିତ

ଟିଭି ଜଗତର ଜଣାଶୁଣା ଚେହେରା ପ୍ରାଚୀ ଟେହଲନ ଏହି ବର୍ଷ ଅଗଷ୍ଟରେ ବ୍ୟବସାୟୀ ରୋହିତ ସରୋହାଙ୍କ ବିବାହ କରିଥିଲେ।

ପୂଜା ବାନାର୍ଜୀ– କୁନାଲ ବର୍ମା

ଲକଡାଉନ୍ ସମୟରେ ଟିଭି ଅଭିନେତ୍ରୀ ପୂଜା ବାନାର୍ଜୀ ଏବଂ କୁନାଲ ବର୍ମା ମଧ୍ୟ ବିବାହ କରିଥିଲେ। ଗତ ୧୨ ବର୍ଷ ଧରି ପୂଜା ଏବଂ କୁନାଲ ରିଲେସନସିପ୍‌ରେ ଥିଲେ। ପୂଜା ଏଥର କୁନାଲଙ୍କ ପାଇଁ ପ୍ରଥମ ଥର ‘କର୍‌ବା ଚୌଥ୍‌’ ପାଳନ କରିବେ।

ପୁନିତ ପାଠକ – ନିଧି ସିଂହ

ଜଣାଶୁଣା କୋରିଓଗ୍ରାଫର ପୁନିତ ପାଠକ ମଧ୍ୟ ଡିସେମ୍ବର ୧୧ରେ ଗାର୍ଲଫ୍ରେଣ୍ଡ ନିଧି ସିଂହଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପୁନିତଙ୍କ ବାହାଘରରେ କମେଡି କୁଇନ ଭାରତୀ ସିଂହଙ୍କ ଡ୍ୟାନ୍ସ ଚର୍ଚ୍ଚାର ବିଷୟ ପାଲଟିଥିଲା।

ରାଣା ଦଗ୍ଗୁବତୀ – ‘ବାହୁବଳୀ’ ଫେମ୍‌ ଭଲାଲଦେବ ଓରଫ ରାଣା ଦଗ୍ଗୁବତୀ ମଧ୍ୟ ଏହି କରୋନା କାଳରେ ଜୀବନସାଥୀ ବାଛିଛନ୍ତି। ସେ ତାଙ୍କ ଗାର୍ଲଫ୍ରେଣ୍ଡ ମିହିକା ବଜାଜଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି।

Comment