ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୦ ବର୍ଷକୁ ଦୁଃଖଦ ବର୍ଷ ଭାବେ ଲୋକେ ମନେ ରଖିବେ। କିନ୍ତୁ, ଆପଣଙ୍କର ମନେ ଅଛି କି କରୋନା ବ୍ୟତୀତ ଅନ୍ୟ କେଉଁ  ବିପର୍ଯ୍ୟୟ ଏହି ବର୍ଷରେ ଘଟିଥିଲା?

ବର୍ଷ ୨୦୨୦, ସମସ୍ତଙ୍କ ପାଇଁ ଏକ ଅଭିଶପ୍ତ ବର୍ଷ ଭାବେ କଟିଲା। ଗୋଟିଏ ବର୍ଷରେ କରୋନା ସାଙ୍ଗକୁ ଆହୁରି ଅନେକ ପ୍ରାକୃତିକ ବିପର୍ଯ୍ୟୟର କରାଳ ଛାୟାରେ ସାରାବିଶ୍ୱ କବଳିତ ହୋଇଥିଲା। ଭାଇରସ ସାଙ୍ଗକୁ କେଉଁଠି ନିଆଁ ତ କେଉଁଠି ବନ୍ୟା, ଆଉ କେଉଁଠି ଭୂମିକମ୍ପ ତ କେଉଁଠି ବାତ୍ୟା, ଏମିତି ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ବିଶ୍ୱବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା।

ଜଙ୍ଗଲରେ ନିଆଁ

ବର୍ଷ ୨୦୨୦ରେ ଅଷ୍ଟ୍ରେଲିଆର ଏକ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା।  ମାସ ମାସ ଧରି ଜଙ୍ଗଲରେ ଏହି ନିଆଁକୁ ଆୟତ୍ତ କରାଯାଇପାରିନଥିଲା। ୪ ମାସରୁ ଲାଗିଥିବା ଏହି ନିଆଁରେ ପ୍ରାୟ ୪୮ କୋଟି ପଶୁ ପକ୍ଷୀ ପ୍ରାଣ ହରାଇଲେ। ଏହି ନିଆଁର ପ୍ରଭାବ ଜନବସତି ଆଡ଼କୁ ମଧ୍ୟ ମୁହାଁଇଥିଲା। ଫଳରେ ପ୍ରାୟ ୨୦୦ ଘର ପୋଡ଼ି ପାଉଁଶ ହୋଇଥିଲା।

ଭୂକମ୍ପର ପ୍ରକୋପ

ମାର୍ଚ୍ଚ ମାସରେ କ୍ରୋଏସିଆର ରାଜଧାନୀ ଜାଗ୍ରେବରେ ହୋଇଥିବା ଭୂକମ୍ପ ଯୋଗୁଁ ଅନେକ କୋଠା ଭୁଶୁଡ଼ିଥିଲା। ଜୁନ୍ ମାସରେ ମେକ୍ସେିକୋରେ ଭୂକମ୍ପ ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଅକ୍ଟୋବରରେ, ତୁର୍କୀର ଇଜମିରରେ ଏକ ବଡ଼ ଭୂକମ୍ପରେ ୧୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ।JALAKA FLOOD

ବନ୍ୟା ବିଭୀଷିକା

ଜୁଲାଇରେ ଭାରତର ଉତ୍ତର-ପୂର୍ବ ରାଜ୍ୟ ଆସାମରେ ବନ୍ୟା ଯୋଗୁଁ ପ୍ରାୟ ଦୁଇ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ ଏବଂ ୧୦୫ ଜଣଙ୍କର ମୃତ୍ୟୁ ଘଟିଥିଲା।

ବନ୍ୟା ଯୋଗୁଁ କାଜିରଙ୍ଗା ଜାତୀୟ ଉଦ୍ୟାନରେ ୧୩୭ରୁ ଅଧିକ ଜୀବଜନ୍ତୁ ପ୍ରାଣ ହରାଇଥିଲେ। ଏହା ପରେ ସେପ୍ଟେମ୍ବରରେ ପୁଣିଥିରେ ଆସାମରେ ବନ୍ୟା ହୋଇଥିଲଲା। ଏଥିରେ ୨୪ହଜାର ଲୋକ ପ୍ରଭାବିତ ହୋଇଥିଲେ। ଓଡ଼ିଶାରେ ମଧ୍ୟ ବନ୍ୟା  ବିତ୍ପାତ ଦେଖାଯାଇଥିଲା। ରାଜ୍ୟର ପ୍ରାୟ ୮ଟି ଜିଲ୍ଲାର ଲୋକେ ଏଥିରେ ପ୍ରଭାବିତ ହୋଇଥିଲେ।

ବାତ୍ୟାର ତାଣ୍ଡବ

ମେ’ ମାସରେ ବାତ୍ୟା ଅମ୍ଫନ ଓଡ଼ିଶା ଓ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଥିଲା। ଏହି ବାତ୍ୟାରେ ପଶ୍ଚିମବଙ୍ଗରେ ୮୬ ଜଣ ଲୋକଙ୍କ ଜୀବନ ଯାଇଥିଲା।  ଅନେକ ଲୋକ ବାସହୀନ ହୋଇପଡ଼ିଲେ। ଅନେକ ଦିନ ପର୍ଯ୍ୟନ୍ତ ବିଦ୍ୟୁତ କାଟ ହୋଇଥିଲା।  କୋଲାକାତାର ମିଦିନାପୁର, ହାଓ୍ୱଡ଼ା, ହଗୁଳି ଅଞ୍ଚଳ ସବଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ସେହିପରି ଓଡ଼ିଶାରେ ପ୍ରାୟ ୪୫ ଲକ୍ଷ ଲୋକ ଏହି ବାତ୍ୟାରେ ପ୍ରଭାବିତ ହୋଇଥିଲା। ଏହାପରେ ଜୁନ୍‌ରେ ବାତ୍ୟା ନିସର୍ଗ ମହାରାଷ୍ଟରେ ତାଣ୍ଡବ ରଚିଥିଲା। ସେହିଭଳି ପୁଡ଼ୁଚେରୀରେ ବାତ୍ୟା ନିଭାର ବହୁ ଲୋକଙ୍କୁ ପ୍ରଭାବିତ କରିଥିଲା।

ପଙ୍ଗପାଳଙ୍କ ପାର୍ଦୁଭାବ

୨୦୨୦ରେ  ବାତ୍ୟା ଅମ୍ଫନ କବଳରୁ ଲୋକ ମୁକୁଳିନଥିଲା ବେଳେ ଭାରତରେ ପଙ୍ଗପାଳ ଦଳ ହା ହା କର ସୃଷ୍ଟି କରିଥିଲେ। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ, ବିହାରରେ ପଙ୍ଗପାଳ ଦଳ ବ୍ୟାପକ ଫସଲ ନଷ୍ଟ କରିଥିଲେ। ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିଲେ।  ବାତ୍ୟା ପରେ ଲୋକଙ୍କ ପଙ୍ଗପାଳ ଭୟ ଘାରିଥିଲା।

ଭାଇରସ

୨୦୧୯ରେ ଚୀନରେ କରୋନା ଭାଇରସ ଆତଙ୍କ ଖେଳାଇଥିଲା। ଏହାପରେ ୨୦୨୦ ଜାନୁଆରି ମାସରେ କରୋନା ଭାଇରସ ଭାରତରେ ବି ପ୍ରବେଶ କରିଥିଲା। କେରଳୁ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆମେରିକା ଓ ଭାରତ ଭଳି ଦେଶରେ ସଂକ୍ରମଣ ବଢ଼ିଚାଲିଛି। ସର୍ବାଧିକ ସଂକ୍ରମିତ ଦେଶ ତାଲିକାରେ ଏବେ ସୁଦ୍ଧା ଆମେରିକା ପ୍ରଥମରେ ଥିଲା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଏଯାଏଁ ଭାଇରସକୁ ନିୟନ୍ତ୍ରଣ କରାଯାଇପାରିନାହିଁ।

Comment