ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଇକ୍ରୋ ଫାଇନାନ୍ସର ପୂର୍ବତନ ଏମ୍‌ଡି ଦୁର୍ଗା ପ୍ରସାଦ ମିଶ୍ର ଇଡିରେ ହାଜର ହୋଇଛନ୍ତି। ବେଆଇନ ଅର୍ଥ କାରବାର ଅଭିଯୋଗରେ ତାଙ୍କୁ ଇଡି ପଚରାଉଚରା କରୁଛି। ଜେରା ପାଇଁ ପୂର୍ବରୁ ତାଙ୍କୁ ନୋଟିସ ହୋଇଥିଲା।

ତେବେ ତାଙ୍କ ବିରୋଧରେ ୪ ଶହ କୋଟିର ଚିଟଫଣ୍ଡ ଠକେଇ ଅଭିଯୋଗ ରହିଛି ।

ପୂର୍ବରୁ ସିବିଆଇ ଦ୍ୱାରା ଗିରଫ ହୋଇ ଜାମିନରେ ଅଛନ୍ତି ଦୁର୍ଗା ପ୍ରସାଦ।

ଓଡ଼ିଶାର ଅନେକ ଲୋକ ମାଇକ୍ରୋ ଫାଇନାନ୍ସରେ କୋଟି କୋଟି ଟଙ୍କା ରଖିଥିଲେ। ଚିଟଫଣ୍ଡ ଠକେଇ ପରେ ଟଙ୍କା ଫେରସ୍ତ ଲାଗି ସେମାନେ ଦାବି କରିଆସୁଥିଲେ।

ଆଜିର ପଚରାଉଚରା ପରେ ଦୁର୍ଗା ପ୍ରସାଦଙ୍କଠାରୁ କ’ଣ ତଥ୍ୟ ମିଳିବ ତାହା ଆଗାମୀ ସମୟରେ ଜଣାପଡ଼ିବ।

Comment