ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଲୋକାର୍ପିତ ହେବ ଓଡ଼ିଶାଲାଇଭ୍‌ର କଫି ଟେବୁଲ୍ ବୁକ୍।

ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସମ୍ପର୍କରେ ଓଡ଼ିଶାଲାଇଭ୍ ମିଡିଆ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଆକର୍ଷଣୀୟ କଫି ଟେବୁଲ୍ ବୁକ୍ ‘କଂସ ମହାରାଜା – ଦ ହିରୋ ଅଫ୍ ବରଗଡ଼ ଧନୁଯାତ୍ରା’। ବୁଧବାର ସନ୍ଧ୍ୟାରେ ଭୁବନେରସ୍ଥିତ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ଏକ ଉତ୍ସବରେ ଏହି ପୁସ୍ତକ ଲୋକାର୍ପିତ ହେବ।

ଲୋକାର୍ପଣ ଉତ୍ସବରେ ସମ୍ବାଦ ଡଟ୍‌ ଇନର ବାର୍ତ୍ତା ସମ୍ପାଦକ ଧ୍ରୁତିକାମ ମହାନ୍ତି, ପ୍ରମେୟ ନ୍ୟୁଜ୍‌-୭ ଡଟ୍‌ କମ୍‌ର ସମ୍ପାଦକ ଶିଶିର କୁମାର ଭଟ୍ଟମିଶ୍ର, ବିଶିଷ୍ଟ ଲେଖିକା ତଥା ଅଡସପୁର ୟୁଏନ୍‌ କଲେଜର ଓମେନ୍ ଷ୍ଟଡିଜ୍ ସେଣ୍ଟରର ନିର୍ଦ୍ଦେଶିକା ଡକ୍ଟର ହିରଣ୍ମୟୀ ମିଶ୍ର, ଓଡ଼ିଶାଲାଇଭ୍‌ର ସିଇଓ ତଥା ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ, ଓଡ଼ିଶାଲାଇଭ୍‌ର ନିର୍ଦ୍ଦେଶିକା ପ୍ରଣତି ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗ ଦେବେ।

ପୁସ୍ତକ ଲୋକାର୍ପଣ ଅବସରରେ ଯୁବ ସ୍ଥପତି ନିତ୍ୟାନନ୍ଦ ଓଝା, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ଅରୋଶିଷ ପାଣି, ଓଡ଼ିଶୀ ନୃତ୍ୟଶିଳ୍ପୀ ମାହେଶ୍ୱରୀ ପ୍ରଧାନ, ଅରୁଣିମା ଆଚାର୍ଯ୍ୟଙ୍କୁ ‘ଓଡ଼ିଶାଲାଇଭ୍‌ ୟୁଥ୍ ଆଇକନ୍’ ସମ୍ମାନରେ ସମ୍ମାନିତ କରାଯିବ।

୧୯୪୭ ମସିହାରେ ଦେଶ ସ୍ୱାଧୀନ ହେବା ସହ ପଶ୍ଚିମ ଓଡ଼ିଶାର ବରଗଡ଼ଠାରେ ଆରମ୍ଭ ହୋଇଥିଲା ଏହି ଅନନ୍ୟ ନାଟ୍ୟ ପରମ୍ପରା। ୧୯୪୭ରୁ ୨୦୧୭ – ୭ ଦଶନ୍ଧିର ସଂସ୍କୃତିକୁ ଏହି ପୁସ୍ତକରେ ଉପସ୍ଥାପନ କରାଯାଇଛି। ଏହି ପ୍ରକାଶନର ପରିକଳ୍ପନା ଓ ସମ୍ପାଦନା କରିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍ ମିଡିଆର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ।

ଗତ ୭୦ ବର୍ଷ ମଧ୍ୟରେ ଅନେକ ଚରିତ୍ର ଏହି ୧୧ ଦିନର ମହାରାଜା ହୋଇ ଚାଲି ଯାଇଛନ୍ତି। ତେବେ ସେମାନଙ୍କ ମଧ୍ୟରେ ସ୍ମରଣୀୟ ହୋଇ ରହିଛନ୍ତି ଯୁଧିଷ୍ଠିର ଶତପଥୀ, ଗୋପାଳ ସାହୁ ଏବଂ ହୃଷିକେଶ ଭୋଇ ପ୍ରମୁଖ। ସେହିପରି ବର୍ତ୍ତମାନ କଂସ ଭୂମିକାରେ ଅଭିନୟ କରୁଥିବା ବରିଷ୍ଠ କଳାକାର ଭୁବନେଶ୍ୱର ପ୍ରଧାନ, ୨୦୧୭ ମସିହାରୁ ମହାରାଜା ମୁକୁଟ ପିନ୍ଧି ଦର୍ଶକମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବରଗଡ଼ ଧନୁଯାତ୍ରାର ଏହି ହିରୋ କଂସମାନଙ୍କ ସମ୍ପର୍କରେ ମଧ୍ୟ ବହିରେ ଅନେକ ରୋଚକ କଥା ସ୍ଥାନ ପାଇଛି।

Comment