ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଲୱାମା ଆକ୍ରମଣ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଆକ୍ରମଣ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ଇମ୍ରାନ। ଆକ୍ରମଣ ନେଇ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ପ୍ରେସ ମିଟ କରିଛନ୍ତି।

“ବିନା କୌଣସି ପ୍ରମାଣରେ ଭାରତ ଆମ ମୁଣ୍ଡରେ ଦୋଷ ଲଦୁଛି। କିଛି ଆତଙ୍କୀ କାର୍ଯ୍ୟକଳାପ ହେଲେ ଭାରତ ଆମକୁ ଦୋଷ ଦେଉଛି। ପାକିସ୍ତାନ ବିରୋଧରେ ମିଥ୍ୟା ଆରୋପ ଲଗାଯାଉଛି”, କହିଛନ୍ତି ଇମ୍ରାନ।

ପୁଲୱାମା ଆକ୍ରମଣରେ ପାକିସ୍ତାନର ହାତ ଥିବା ଯଦି ଭାରତ ପ୍ରମାଣ କରେ ତେବେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ, ଯିଏ ବି ସମ୍ପୃକ୍ତ ଥିବ ତା’ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠନ ନିଆଯିବ କହିଛନ୍ତି ଇମ୍ରାନ।

ଆକ୍ରମଣ ପ୍ରସଙ୍ଗରେ ଯେକୌଣସି ତଦନ୍ତର ସାମ୍ନା କରିବାକୁ ପାକିସ୍ତାନ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯଦି ଭାରତ ଆକ୍ରମଣ କରେ ତାହାର ଜବାବ ମଧ୍ୟ ପାକିସ୍ତାନ ଦେବ। ଆମ ଉପରେ ଆକ୍ରମଣ ହେଲେ ଆମେ ଚୁପ୍‌ ବସିବୁ ନାହିଁ। ଯୁଦ୍ଧ ଆରମ୍ଭ କରିବା ସହଜ କିନ୍ତୁ ଶେଷ କରିବା ସହଜ ନୁହେଁ।

କାଶ୍ମୀର ଯୁବକ କାହିଁକି ଉଗ୍ର ହେଉଛନ୍ତି, ତା’ର କାରଣ ଖୋଜା ଯାଉ।

Comment