ଓଡ଼ିଶାଲାଇଭ୍‌ ବ୍ୟୁରୋ

ୟୁରୋପର ସ୍ଲୋଭିନିଆରେ ଚକିତ କଲାଭଳି ଘଟଣା ସାମ୍ନାକୁ ଆସିଛି। ଏଠାକାର ଜଣେ ସାଂସଦଙ୍କୁ ସ୍ୟାଣ୍ଡୱିଚ୍ ଚୋରି କରିବା ମହଙ୍ଗା ପଡ଼ିଛି। ଏହି ଚୋରି ପ୍ରସଙ୍ଗ ସଂସଦରେ ବି ଉଠିଥିଲା। ବିରୋଧୀଙ୍କ ପ୍ରବଳ ବିରୋଧ ଯୋଗୁଁ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ସାଂସଦ।

ଇସ୍ତଫା ଦେଇଥିବା ସାଂସଦଙ୍କ ନାଁ ହେଉଛି ଡାର୍ଜି କେଜ୍ରିସିଚ୍। ସାଂସଦଙ୍କ କହିବା କଥା, ସୁପରମାର୍କେଟରୁ ସ୍ୟାଣ୍ଡୱିଚ୍ କିଣିବା ପରେ କିଛି ସମୟ ଧରି ଟଙ୍କା ଦେବା ପାଇଁ ଠିଆ ହୋଇ ରହିଥିଲି। କୌଣସି କର୍ମଚାରୀ ଧ୍ୟାନ ନଦେବାରୁ ଟଙ୍କା ନଦେଇ ପଳାଇ ଆସିଥିଲି। ଯେତେବେଳେ ସଂସଦରେ ସାଂସଦ ନିଜର ସଫେଇ ରଖୁଥିଲେ ବିରୋଧୀଙ୍କ ସହିତ ନିଜ ଦଳର ସାଂସଦ ମଧ୍ୟ ଏହାକୁ ବିରୋଧ କରିଥିଲେ।

ସଂସଦର ଅଧିକାଂଶ ସାଂସଦ ତାଙ୍କ ମନ୍ତବ୍ୟକୁ ଭୁଲ ବୁଝିଥିଲେ। ଯାହାଫଳରେ ସେ ତୁରନ୍ତ ନିଜ ଇସ୍ତଫାପତ୍ର ବାଚସ୍ପତିଙ୍କ ଦେଇଥିଲେ। ସୂଚନା ଅନୁସାରେ ମାତ୍ର ୫ ମାସ ତଳେ ଡାର୍ଜି କେଜ୍ରିସିଚ୍ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସୋସିଆଲ ମିଡିଆରେ କିଛି ଲୋକ ତାଙ୍କର ବ୍ୟକ୍ତିତ୍ୱକୁ ପ୍ରଶଂସା କରୁଥିବାବେଳେ କିଛି ଲୋକ ମଜାକ କରୁଛନ୍ତି।

Comment