ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଉତ୍ତର ପ୍ରଦେଶର ଯବାନ ରାଜେଶ ଯାଦବଙ୍କ ଘରେ ଖୁସିର ବାତାବରଣ। ସହିଦ ରାଜେଶ ଯାଦବଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ନେଇଛନ୍ତି। ପୁଅର ଜନ୍ମରେ ସହିଦଙ୍କ ପତ୍ନୀ ଶ୍ୱେତା କହିଛନ୍ତି, “ମୋ ପୁଅ ପାକିସ୍ତାନଠାରୁ ନିଜ ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବ।”

ବାସ୍ତବରେ ଉତ୍ତରପ୍ରଦେଶର ଏଟା ଅଞ୍ଚଳର ଯବାନ ରାଜଶ ଯାଦବ ୨୦୧୮ ଡିସେମ୍ବର ୫ରେ ସହିଦ ହୋଇଥିଲେ। ପାକିସ୍ତାନ ସୀମାରେ ଆତଙ୍କବାଦୀ ଓ ସେମା ମଧ୍ୟରେ ଗୁଳି ବିନିମୟରେ ଯବାନ ରାଜଶ ଯାଦବ ସହିଦ ହୋଇଥିଲେ। ସେହି ସମୟରେ ସହିତଙ୍କ ସ୍ତ୍ରୀ ଶ୍ୱେତା ଗର୍ଭବତୀ ଥିଲେ। ବୁଧବାର ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।

ନିଜ ପୁଅକୁ ଦେଖି ସହିତଙ୍କ ପତ୍ନୀ ଶ୍ୱେତା ବହୁତ ଖୁସି ଅଛନ୍ତି। କାହିଁକି ନାଁ ନିଜ ପୁଅକୁ ମଧ୍ୟ ଭାରତୀୟ ସେନାକୁ ପଠାଇବାକୁ ଚାହିଁଛନ୍ତି ସେ। ତାଙ୍କ ପୁଅ ପାକିସ୍ତାନଠାରୁ ନିଜ ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବ ବୋଲି କହିଛନ୍ତି ଶ୍ୱେତା। ସହିଦ ରାଜେଶଙ୍କ ବାପା କହିଛନ୍ତି, ଦେଶ ପାଇଁ ମୁଁ ପୁଅକୁ ହରେଇଛି କିନ୍ତୁ ବର୍ତ୍ତମାନ ନାତି ରୂପରେ ପୁଅକୁ ଫେରି ପାଇଛି। ନାତିକୁ ମଧ୍ୟ ଭାରତୀୟ ସେନାକୁ ପଠାଇିବି ବୋଲି କହିଛନ୍ତି ସେ।

Comment