ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାର ସଂକ୍ରମଣର ଦ୍ୱିତୀୟ ଲହରୀ ପ୍ରଥମ ଲହରୀଠାରୁ ଅଧିକ ଭୟଙ୍କର ହେବାରେ ଲାଗିଛି। ବିଶେଷ କରି ଦ୍ୱିତୀୟ ଲହରୀ ସଂକ୍ରମଣରେ ଶିଶୁମାନେ ଅଧିକ ସଂକ୍ରମିତ ହେଉଛନ୍ତି। ଶିଶୁରୋଗ ବିଶେଷଜ୍ଞମାନେ ଏହି ମତ ଦେଇଛନ୍ତି।

ପିଲାଙ୍କୁ କେମିତି ରକ୍ଷା କରିପାରିବେ?

ବିଶେଷଜ୍ଞଙ୍କ କହିବା ଅନୁସାରେ ପ୍ରଥମ ଲହରୀରେ ଶିଶୁମାନେ କରୋନାରେ ବେଶୀ ଆକ୍ରାନ୍ତ ହେଉ ନଥିଲେ। ହେଲେ ଦ୍ୱିତୀୟ ଲହରୀରେ ଶିଶୁମାନଙ୍କଠାରେ ଅଧିକ ଲକ୍ଷଣ ଦେଖାଯାଉଛି। ଜ୍ୱର, ଥଣ୍ଡା, କାଶ, ପତଳା ଝାଡ଼ା, ବାନ୍ତି, ଖାଦ୍ୟରେ ଅନାଗ୍ରହ, କ୍ଳାନ୍ତ ଲାଗିବା ଭଳି ବିଭିନ୍ନ ଲକ୍ଷଣ ଦେଖାଯାଉଛି। କେତେକ ଶିଶୁଙ୍କ ଶ୍ୱାସକ୍ରିୟାରେ ମଧ୍ୟ କଷ୍ଟ ହେଉଛି।

ବିଶେଷଜ୍ଞଙ୍କ ମତରେ ଯଦି ଶିଶୁକୁ ଜ୍ୱର ହେଉଛି ତେବେ ତୁରନ୍ତ ଶିଶୁର ଆରଟିପିସିଆର ଟେଷ୍ଟ କରାଇ ନିଅନ୍ତୁ। ତୁରନ୍ତ ରୋଗ ଚିହ୍ନଟ ହୋଇପାରିଲେ ସେମାନଙ୍କ ଚିକିତ୍ସା ହୋଇପାରିବ।

– ପିଲାଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରଖନ୍ତୁ।

– ଖେଳିଲା ବୁଲିଲା ବେଳେ ବିଶେଷ ଧ୍ୟାନ ଦିଅନ୍ତୁ।

– ବାରମ୍ବାର ହାତ ଧୋଇବାକୁ କହନ୍ତୁ।  ହାତ ଧୋଇବାର ସଠିକ ପ୍ରକ୍ରିୟା ମଧ୍ୟ ଶିଖାନ୍ତୁ। ଯାହାଦ୍ୱାରା ଆପଣଙ୍କ ପିଲା ଭାଇରସରୁ ରକ୍ଷା ପାଇପାରିବ।

– ଯଦି ଆପଣଙ୍କର ପିଲାଙ୍କଠାରେ କିଛି ଲକ୍ଷଣ ଦେଖାଯାଉଛି ଡାକ୍ତରଙ୍କ ପରାମର୍ଶ ନେବା ସହ ନିଜ ପିଲାଙ୍କୁ ଘରେ ଭଲ ଭାବରେ ବିଶ୍ରାମ ଦିଅନ୍ତୁ।

– ପିଲାଙ୍କୁ ପରିଷ୍କାର ପରିଚ୍ଛନତା ଉପରେ ଭଲ ଶିକ୍ଷା ଦିଅନ୍ତୁ। କାଶିଲା ବେଳେ ବା ଛିଙ୍କିଲା ବେଳେ ଟିସ୍ୟୁ ପେପର ବ୍ୟବହାର କରିବାକୁ କହନ୍ତୁ।

– ପିଲାଙ୍କଠାରେ ଅଧିକ ଦିନ ଧରି ଥଣ୍ଡା, କାଶ, ଛିଙ୍କ, ଜ୍ୱର ଦେଖାଗଲେ ସର୍ବ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

– ଶ୍ୱାସକ୍ରିୟା ସଂକ୍ରମଣ ପରି ପିଲାଙ୍କର ଅନ୍ୟ ସମସ୍ୟା ଅଛି ତେବେ ଶୀଘ୍ର ଯତ୍ନ ନିଅନ୍ତୁ ଏବଂ ସର୍ବସାଧାରଣ ସ୍ଥାନକୁ ବାରଣ କରନ୍ତୁ।

Comment