ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାର ସଂକ୍ରମଣର ଦ୍ୱିତୀୟ ଲହରୀ ପ୍ରଥମ ଲହରୀଠାରୁ ଅଧିକ ଭୟଙ୍କର ହେବାରେ ଲାଗିଛି। ବିଶେଷ କରି ଦ୍ୱିତୀୟ ଲହରୀ ସଂକ୍ରମଣରେ ଶିଶୁମାନେ ଅଧିକ ସଂକ୍ରମିତ ହେଉଛନ୍ତି। ରିଲାଏନ୍ସ ହସ୍ପିଟାଲ ଓ ଫୋର୍ଟିସ ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞମାନେ ଏହି ମତ ଦେଇଛନ୍ତି।

ବିଶେଷଜ୍ଞଙ୍କ କହିବା ଅନୁସାରେ ପ୍ରଥମ ଲହରୀରେ ଶିଶୁମାନେ କରୋନାରେ ବେଶୀ ଆକ୍ରାନ୍ତ ହେଉ ନଥିଲେ। ହେଲେ ଦ୍ୱିତୀୟ ଲହରୀରେ ଶିଶୁମାନଙ୍କଠାରେ ଅଧିକ ଲକ୍ଷଣ ଦେଖାଯାଉଛି। ଜ୍ୱର, ଥଣ୍ଡା, କାଶ, ପତଳା ଝାଡ଼ା, ବାନ୍ତି, ଖାଦ୍ୟରେ ଅନାଗ୍ରହ, କ୍ଳାନ୍ତ ଲାଗିବା ଭଳି ବିଭିନ୍ନ ଲକ୍ଷଣ ଦେଖାଯାଉଛି। କେତେକ ଶିଶୁଙ୍କ ଶ୍ୱାସକ୍ରିୟାରେ ମଧ୍ୟ କଷ୍ଟ ହେଉଛି।

ତେଣୁ ବିଶେଷଜ୍ଞଙ୍କ ମତରେ ଯଦି ଶିଶୁକୁ ଜ୍ୱର ହେଉଛି ତେବେ ତୁରନ୍ତ ଶିଶୁର ଆରଟିପିସିଆର ଟେଷ୍ଟ କରାଇ ନିଅନ୍ତୁ। ତୁରନ୍ତ ରୋଗ ଚିହ୍ନଟ ହୋଇପାରିଲେ ସେମାନଙ୍କ ଚିକିତ୍ସା ହୋଇପାରିବ।

Comment