ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍କୁଲରେ କେବଳ ଶିକ୍ଷା ଗ୍ରହଣ କରିବାର ବ୍ୟବସ୍ଥା ରହିଛି। ହେଲେ ଗୁଜରାଟର ଅହମ୍ମଦାବଦରେ ରହିଛି ଏମିତି ଏକ ସ୍କୁଲ ଯେଉଁଠି ପାଠପଢା ସହ ଝିଅମାନଙ୍କର ବିବାହ କରାଯାଏ। ସ୍କୁଲର ନାଁ ହେଉଛି ‘ଅନ୍ଧ କନ୍ୟା ପ୍ରକାଶ ଗୃହ’।

ବିଶ୍ୱର ଏହା ଏକମାତ୍ର ଏମିତି ସ୍କୁଲ ଯିଏ ପାଠପଢା ସହ ବିବାହ କରିବାର ଦାୟିତ୍ୱ ବହନ କରିଛି। ଏଠାରେ କେବଳ ଦିବ୍ୟାଙ୍ଗ ଝିଅମାନଙ୍କୁ ଶିକ୍ଷା ଦିଆଯାଇଥାଏ। ତା’ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ମଧ୍ୟ ଶିକ୍ଷା ଦିଆଯାଇଥାଏ। ଯେତେବେଳେ ସେମାନେ ଆତ୍ମନିର୍ଭରଶୀଳ ହୋଇଯାଆନ୍ତି ଏବଂ ସେମାନଙ୍କର ବିବାହ ବୟସ ହୋଇଯାଏ ସେତେବେଳେ ସେମାନଙ୍କ ପାଇଁ ଉଚିତ୍ ବରପାତ୍ର ଖୋଜି ବିବାହ କରାଇ ଦିଆଯାଏ।

ରିପୋର୍ଟ ଅନୁସାରେ, ୧୯୫୪ରେ ନୀଳକାନ୍ତ ରାୟ ଛତ୍ରପତି ୧୦ହଜାର ଟଙ୍କାରେ ପ୍ରଥମେ ଏହି ସ୍କୁଲ ଆରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଏଥିରେ ୪ ଦିବ୍ୟାଙ୍ଗ ବାଳିକା ନାମ ଲେଖାଇଥିଲେ। ଏବେ ଏହି ସ୍କୁଲ ‘ଅନ୍ଧ କନ୍ୟା ପ୍ରକାଶ ଗୃହ’ ନାମକ ଏକ ବେସରକାରୀ ସଙ୍ଗଠନ ଦ୍ୱାରା ପରିଚାଳିତ ହେଉଛି।

ଏଠାରେ ଏବେ ଶହଶହ ଦିଦ୍ୟାଙ୍ଗ ବାଳିକାଙ୍କୁ ଶିକ୍ଷା ଦାନ, ଆତ୍ମନିର୍ଭରଶୀଳ କରିବା ସହ ବିବାହ ମଧ୍ୟ କରିଦିଆଯାଉଛି। ସ୍କୁଲରେ ବାଳିକାମାନେ ଏମିତି ଇଂରାଜୀ ଭାଷାରେ କଥାବାର୍ତ୍ତା କରିଥାନ୍ତି କେହି ବି ଆଶ୍ଚର୍ଯ୍ୟ ହେବେ। ଦିବ୍ୟାଙ୍ଗ ଛାତ୍ରୀଙ୍କ ପାଠପଢ଼ା ଏବଂ ଅନ୍ୟ ଗତିବିଧି ମାମଲାରେ ଅନ୍ୟ କୌଣସି ସାଧାରଣ ଛାତ୍ରୀଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି।

Comment