ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କେନ୍ଦ୍ରାପଡ଼ାରେ ୧୦୭ ପରୀକ୍ଷା କେନ୍ଦ୍ର
  • ୯ଟି ବ୍ଲକରେ ୯ଟି ନୋଡାଲ ସେଣ୍ଟର
  • କପି ରୋକିବାକୁ ଦୁଇଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ

ଶୁକ୍ରବାରଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ଜିଲ୍ଲାରେ ମୋଟ ୧୦୭ଟି ପରୀକ୍ଷା କେନ୍ଦ୍ରେରେ ୨୨ ହଜାର ୬୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୧୦୭ କେନ୍ଦ୍ର ମଧ୍ୟରେ ରହିଛି ୨ଟି ମୁକ୍ତ ବିଦ୍ୟାଳୟ ଓ ୨ଟି ମଧ୍ୟମା ପରୀକ୍ଷା କେନ୍ଦ୍ର। ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀମାନେ ଘଣ୍ଟା ପିନ୍ଧିବା ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ମୋବାଇଲ ବ୍ୟବହାର କରିବା ଉପରେ ବାରଣ କରାଯାଇଛି।

୯ଟି ବ୍ଲକରେ ୯ଟି ନୋଡାଲ ସେଣ୍ଟର ରହିଛି। ଏହି ନୋଡାଲ ସେଣ୍ଟରରେ କଡ଼ା ପୋଲିସ ସୁରକ୍ଷା ବଳୟରେ ପ୍ରଶ୍ନପତ୍ର ସିଲ୍ କରି ରଖାଯାଇଛି। ନୋଡାଲ ସେଣ୍ଟରରୁ ସକାଳ ୬ଟାରୁ ୮ଟା୩୦ ମିନିଟ ମଧ୍ୟରେ ପ୍ରଶ୍ନପତ୍ର ପରୀକ୍ଷାକେନ୍ଦ୍ରରେ ପହଞ୍ଚିବାକୁ ସ୍ଥିର କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ।

କପି ରୋକିବାକୁ ଜିଲ୍ଲାରେ ଦୁଇଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ ଗଠନ କରାଯାଇଛି। ୯ଟା୪୫ ମିନିଟରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶ୍ନପତ୍ର ଦିଆଯିବ। ୧୦ଟାରେ ପରୀକ୍ଷାର୍ଥୀମାନେ ଉତ୍ତର ଖାତାରେ ଉତ୍ତର ଲେଖିବା ଆରମ୍ଭ କରିବେ। ପରୀକ୍ଷା ୧୨ଟା୩୦ରେ ଶେଷ ହେବ।

Comment