ଓଡ଼ିଶାଲାଇଭ୍‌ ବ୍ୟୁରୋ

କାଶୀ ବିଶ୍ୱନାଥ ଜ୍ୟୋତିର୍ଲିଙ୍ଗ ପାଇଁ ବାରଣାସୀ ସହର ସମଗ୍ର ଦେଶରେ ଖୁବ୍ ପ୍ରସିଦ୍ଧିଲାଭ କରିଛି। ବାରଣାସୀର ମହତ୍ତ୍ୱ ଗଙ୍ଗାଘାଟ ହିଁ ବୃଦ୍ଧି କରିଥାଏ। କାଶୀରେ ଗଙ୍ଗା ନଦୀ କୂଳରେ ରହିଛି ୮୪ଟି ଘାଟ। ସମସ୍ତ ଘାଟରେ ସ୍ନାନକଲେ ପୁଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। ତେବେ ସେଠାରେ ଥିବା କୁବାଈ ଘାଟରେ ସ୍ନାନ କଲେ ଦମ୍ପତିଙ୍କ ପାରିବାରିକ ଜୀବନରେ ବିଭିନ୍ନ ସମସ୍ୟା ଦେଖାଯାଇଥାଏ।

ଦମ୍ପତିଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିଥାଏ। ପରବର୍ତ୍ତୀ ସମୟରେ ଏହା ଛାଡ଼ପତ୍ରରେ ଶେଷ ହୋଇଥାଏ ବୋଲି ସ୍ଥାନୀୟ ବାସିନ୍ଦା କୁହନ୍ତି। ତେଣୁ ଏହି ଘାଟରେ ସ୍ନାନ କରିବା ଲାଗି ଦମ୍ପତିଙ୍କୁ ମନା କରାଯାଇଥାଏ। ଏସମ୍ପର୍କିତ ଏକ ବୋର୍ଡ ମଧ୍ୟ ଏଠାରେ ଟଙ୍ଗା ଯାଇଛି।

କୁହାଯାଏ ଏହି ଘାଟକୁ ଦେବର୍ଷି ନାରଦ ନିର୍ମାଣ କରିଥିଲେ। ସେ ବ୍ରହ୍ମଚାରୀ ଥିବାରୁ ଏପରି ହୋଇଥାଏ। ଏହାକୁ ନାରଦ ଘାଟ କୁହାଯିବା ସହିତ ପତ୍ନୀମୁକ୍ତି ଘାଟ ମଧ୍ୟ କୁହାଯାଇଥାଏ। ବିଭିନ୍ନ ପାରିବାରିକ କାରଣରୁ ପତ୍ନୀଙ୍କଠାରୁ ମୁକ୍ତି ପାଇବାକୁ ଚାହୁଁଥିବା ପୁରୁଷ ଏଠାରେ ସ୍ନାନ କଲେ ସେମାନଙ୍କ ପତ୍ନୀ ଦୂରେଇ ଯାଇଥାନ୍ତି ବୋଲି ଲୋକଙ୍କର ବିଶ୍ୱାସ ରହିଛି।

LEAVE A REPLY

Please enter your comment!
Please enter your name here