ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛୋଟପିଲାମାନେ ମାଟି ଖାଉଥିବା କଥା ତ ସମସ୍ତେ ଜାଣିଥିବେ, ହେଲେ ଜଣେ ବୃଦ୍ଧା ଦୀର୍ଘ ୬୦ ବର୍ଷରୁ ବାଲି ଖାଉଥିବା କଥା ତ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିବ। ବାଲି ଖାଉଥିବା ଏହି ନିଆରା ବୃଦ୍ଧାଙ୍କ ଘର ବାରଣାସୀର ଚୋଲପୁର ଅଞ୍ଚଳରେ। ତାଙ୍କ ନାଁ କୁଷ୍ମାବତୀ ଦେବୀ। ସେ ଯେତେବେଳେ ମାତ୍ର ୧୫ ବର୍ଷ ବୟସର ହୋଇଥିଲେ ସେତେବେଳୁ ସେ ବାଲି ଖାଉଛନ୍ତି।

ବୃଦ୍ଧାଙ୍କ କହିବା କଥା ସେ ଯେତେବେଳେ ସାନ ଥିଲେ ତାଙ୍କୁ ପେଟରେ ଯନ୍ତ୍ରଣା ହେଉଥିଲା। ସେତେବେଳେ ଗାଁରେ ଜଣେ ବୈଦ୍ୟ ତାଙ୍କୁ କ୍ଷୀରରେ ବାଲି ମିଶାଇ ଖାଇବାକୁ କହିଥିଲେ। ସେବେଠୁ କୁଷ୍ମାବତୀ ଦେବୀଙ୍କର ଏହା ଅଭ୍ୟାସ ପାଲଟି ଯାଇଥିଲା। ଏବେ ଯାଏଁ ମଧ୍ୟ ଏହି ଅଭ୍ୟାସ ତାଙ୍କର ଜାରି ରହିଛି।

୭୬ ବର୍ଷ ବୟସରେ କୁଷ୍ମାବତୀ ଦେବେ ସୁସ୍ଥ ଅଛନ୍ତି। ନିଜ କାମ ନଜେ କରୁଛନ୍ତି। କୁକୁଡ଼ା ପାଳନ କରି କୁଷ୍ମାବତୀ ଦେବୀ ପରିବାରକୁ ଆର୍ଥିକ ସହୟତା ଯୋଗାଉଛନ୍ତି।

ପରିବାର ଲୋକଙ୍କ କହିବା ଅନୁସାରେ ଅନେକ ଥର କୁଷ୍ମାବତୀ ଦେବୀଙ୍କ ଏହି ଅଭ୍ୟାସ ଛଡ଼ାଇବା ପାଇଁ ଚେଷ୍ଟା କରାଯାଇଛି। ହେଲେ କୌଣସି ମତେ ସେମାନେ ତାଙ୍କର ଏହି ଅଭ୍ୟାସ ବଦଳାଇ ପାରିନାହାନ୍ତି।

Comment