ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାନୁଆରି ୩୧ରୁ ଭୁବନେଶ୍ୱର ବିମାନବନ୍ଦରରୁ ବାରଣାସୀକୁ ସିଧାସଳଖ ବିମାନ ଉଡିବ। ଆଲିଆନ୍ସ ଏୟାର ଏକ ୭୦ସିଟ୍ ବିଶିଷ୍ଟ ବିମାନ ପ୍ରତିଦିନ ଭୁବନେଶ୍ୱରରୁ ବାରଣାସୀ ଯିବ।

ଏଥିପାଇଁ ଯାତ୍ରୀଙ୍କୁ ୩,୪୭୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ପ୍ରତିଦିନ୧୨ଟା ୧୫ମିନିଟରେ ଭୁବନେଶ୍ୱରରରୁ ବିମାନ ଉଡ଼ାଣ ଆରମ୍ଭ କରିବ। ବିମାନଟି ଦିନ ୨ଟା ୫ମିନିଟରେ ବାରଣାସୀରେ ପହଞ୍ଚିବ ବିମାନ।

ସେହିଭଳି ୨ଟା୩୦ମିନିଟରେ ବାରଣାସୀରୁ ବାହାରି ୪ଟା୨୦ମିନିଟରେ ଭୁବନେଶ୍ୱରରେ ପହଞ୍ଚିବ। ଏନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ବି.ଭି. ରାଓ ସୂଚନା ଦେଇଛନ୍ତି।

Comment