ଓଡ଼ିଶାଲାଇଭ୍ ବ୍ୟୁରୋ

ଆଦାନୀ ଗ୍ରୁପ୍କୁ ମିଳିଲା ୫ଟି ବିମାନବନ୍ଦରର ଦାୟିତ୍ୱ। କେନ୍ଦ୍ର ସରକାର ଦେଶର ୬ଟି ବିମାନବନ୍ଦରକୁ ଘରୋଇକରଣ କରିଛନ୍ତି। ଏଥିପାଇଁ ସୋମବାର ବିଭିନ୍ନ ଘରୋଇ କମ୍ପାନୀକୁ ନେଇ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ନିଲାମରେ ଆଦାନୀ ଗ୍ରୁପ୍ ସବୁଠାରୁ ଅଧିକ ବିଡ୍ ଦାଖଲ କରିଥିବାରୁ ୬ଟି ବିମାନ ବନ୍ଦରରୁ ୫ଟି ବିମାନବନ୍ଦର ଦାୟିତ୍ୱ ତାକୁ ମିଳିଛି। ଏନେଇ ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ(ଏଏଆଇ) ପକ୍ଷରୁ ସୂଚନା ଦିଆଯାଇଛି।

ଏହି ୫ଟି ବିମାନବନ୍ଦର ନାଁ ହେଉଛି ଅହମଦାବାଦ, ଥିରୁଭନନ୍ତପୁରମ,ଲକ୍ଷ୍ନୌ, ମାଙ୍ଗାଳୁରୁ ଓ ଜୟପୁର ବିମାନବନ୍ଦର। ଆଦାନୀ ଗ୍ରୁପ୍ ଏହି ବିମାନବନ୍ଦରର ଦାୟିତ୍ୱ ନେବା ପାଇଁ ଅଧିକ ବିଡ୍ ଲଗାଇଥିଲା।
ସେହିପରି ମଙ୍ଗଳବାର ଗୁଆହାଟୀ ବିମାନବନ୍ଦର ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ ଏଏଆଇ ପକ୍ଷରୁ କୁହାଯାଇଛି।














