ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁକଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଏବେ ପୂରା ଦେଶ ପ୍ରତିଶୋଧର କଥା କହୁଛି। କୃଷକଙ୍କଠୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ସ୍ତରରେ ପାକିସ୍ତାନ ବିରୋଧରେ ବିରୋଧ ବ୍ୟକ୍ତ କରୁଛନ୍ତି।

ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାର ପାନ ଚାଷୀ ପାକିସ୍ତାନକୁ ପାନ ନଦେବା ଲାଗି ନିଷ୍ପତ୍ତି ନେଇଛନ୍ତି।

କୁହାଯାଉଛି କି ଛତ୍ରପୁର ଜିଲ୍ଲାର ଅନେକ ଅଞ୍ଚଳରେ ପାନର ଭଲ ଅମଳ ରହିଛି। ଏଠାରୁ ଭାରତର ଅନେକ ସହରକୁ ପାନ ସପ୍ଲାୟ ହୋଇଥାଏ। କେବଳ ଭାରତ ନୁହଁ ପାକିସ୍ତାନ, ଶ୍ରୀଲଙ୍କା ଭଳି ଦେଶକୁ ମଧ୍ୟ ଏଠାରୁ ପାନ ସପ୍ଲାଏ ହୋଇଥାଏ।

ପାନଚାଷୀଙ୍କ କହିବା କଥା ପୁଲୱାମା ଘଟଣାକୁ ନେଇ ଆମେ ଆହତ। ଆତଙ୍କବାଦୀ ଯବନାଙ୍କ ରକ୍ତ ବୁହାଇଛନ୍ତି। ଯାହାକୁ ବରଦାସ୍ତ କରାଯାଇନପାରେ।

ଏହା ସହିତ ସେମାନେ ଆହୁରି କହିଛନ୍ତି କି,“ଆମେ ପାକିସ୍ତାନକୁ ପାନ ସପ୍ଲାଏ କରିବୁ ନାହୁଁ। ଆମକୁ କ୍ଷତି ସହିବାକୁ ପଡିଲେ ମଧ୍ୟ ଆମେ ପାକିସ୍ତାନକୁ ପାନ ଦେବୁନୁ।”

ତେବେ ପ୍ରତି ସପ୍ତାହରେ ତିନିଦିନ ୪୫ରୁ ୫୦ବଣ୍ଡଲ ପାନ ମଧ୍ୟପ୍ରଦେଶରୁ ପାକିସ୍ତାନକୁ ପଠାଯାଇଥାଏ। ଯେଉଁଠି ଗୋଟିଏ ପାନ ବଣ୍ଡଲର ଦାମ୍‌ ୩୦ହଜାର ଟଙ୍କା ଅଟେ। ଏମିତିରେ ପାନ ଚାଷୀଙ୍କ ଲାଗି ୧୩ରୁ ୧୫ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିବ। କିନ୍ତୁ ଚାଷୀଙ୍କ କହିବା କଥା କ୍ଷତି ଲାଗି ଆମର ଚିନ୍ତା ନାହିଁ।

ଏହା ପୂର୍ବରୁ ମଧ୍ୟପ୍ରଦେଶର ଚାଷୀ ପାକିସ୍ତାନକୁ ଟମାଟୋ ସପ୍ଲାଏ କରିବା ବନ୍ଦ କରିଦେଇଛନ୍ତି। ଯାହାର ପ୍ରଭାବ ପାକିସ୍ତାନ ବଜାର ଉପରେ ଦେଖିବାକୁ ମିଳିଛି।

Comment