ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଟ୍ରିକ ପରୀକ୍ଷାରେ କପି କାରବାର ଅଭିଯୋଗରେ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କପି ଅଭିଯୋଗରେ ୩ଟି ହାଇସ୍କୁଲର ଇଂରାଜୀ ପରୀକ୍ଷା ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ବୋର୍ଡ ସଭାପତି ଜାହାନ ଆରା ବେଗମ୍‌ ଏକ ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି।

ଇଂରାଜୀ ପରୀକ୍ଷାରେ ବାତିଲ ହୋଇଥିବା ଏହି ୩ଟି ପରୀକ୍ଷା ସେଣ୍ଟର ହେଉଛି, ବଲାଙ୍ଗିର ଘୁମୁସର ସରକାରୀ ହାଇସ୍କୁଲ, ଢେଙ୍କାନାଳ ଜିଲ୍ଲା ପଳାସପିଠାର ପି.ଆର୍‌ ହାଇସ୍କୁଲ, କଟକ ଗୋପୀନାଥପୁରୁର କୃପାସିନ୍ଧୁ ନୋଡାଲ ହାଇସ୍କୁଲ।

ଏହି ୩ଟି ସେଣ୍ଟରର ଇଂରାଜୀ ଖାତା ମୂଲ୍ୟାୟନ ନିଷ୍ପତ୍ତି ପରେ ନିର୍ଦ୍ଧାରଣ କରାଯିବ। ୭ଦିନ ମଧ୍ୟରେ ବୋର୍ଡର ପରୀକ୍ଷା କମିଟି ବସି ନିଷ୍ପତ୍ତି ନେବେ। ପରୀକ୍ଷାରେ ବ୍ୟତିକ୍ରମ ନେଇ ଦାୟି କିଏ, ତାହା ଅନୁଧ୍ୟାନ କରାଯିବ। ପରୀକ୍ଷାର୍ଥୀଙ୍କୁ ଏମ୍‌ପି କିମ୍ବା ସମୂହ ଫେଲ୍‌ କରାଯିବ ସେ ନେଇ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ବୋର୍ଡ ସଭାପତି ଜାହାନ ଆରା ବେଗମ୍‌ କହିଛନ୍ତି।

Comment